Sun. Feb 23rd, 2020

ଗୁଡନାଇଟ ଗୋଲ୍ଡ ଫ୍ଲାସ୍‌ ଉନ୍ମୋଚିତ

ଭୁବନେଶ୍ୱର : ଭାରତରେ ମଶା ଉପଦ୍ରବରୁ ପରିବାର ଓ ଶିଶୁଙ୍କୁ ସୁରକ୍ଷା ପ୍ରଦାନ କରିବାର ଆବଶ୍ୟକତାକୁ ଚିହ୍ନଟ କରି ଗୁଡନାଇଟ ପକ୍ଷରୁ ସବୁଠୁ ଶକ୍ତିଶାଳୀ ଅଭିନବ-ଗୁଡନାଇଟ ଫ୍ଲାସ୍‌କୁ ଉନ୍ମୋଚନ କରାଯାଇଛି। ଏହି ନୂଆ ଉତ୍ପାଦ ହେଉଛି ଭାରତର ସବୁଠୁ ଶକ୍ତିଶାଳୀ ତରଳ ଭାପୋରାଇଜର ଯାହାର ପ୍ରଭାବର ଦୃଶ୍ୟମାନ ପ୍ରମାଣ ରହିଛି। ଭାରତର ସର୍ବବୃହତ ମଶା ଘଉଡ଼ାଇବା ବ୍ରାଣ୍ଡ୍ ଭାବେ ଗୁଡନାଇଟ୍ ୨୨୦୦ କୋଟି ଟଙ୍କା ମୂଲ୍ୟର ତରଳ ଭାପୋରାଇଜର୍ ବଜାରକୁ ଗୁଡନାଇଟ୍ ଗୋଲ୍‌ଡ ଫ୍ଲାସ୍ ଜରିଆରେ ରୁଦ୍ଧିମନ୍ତ କରିଛି।

ଏହି ଉନ୍ମୋଚନ ଅବସରରେ ସୁନୀଲ କଟାରିଆ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ-ଭାରତ ଓ ସାର୍କ, ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଜିପିସିଏଲ୍‌) କହିଛନ୍ତି ଘରର ମଶା ଘଉଡ଼ାଇବା ବର୍ଗରେ ଭାରତରେ ଗୁଡନାଇଟ ହେଉଛି ବଜାରରେ ଅଗ୍ରଣୀ। ଭୂତାଣୁ ଜନିତ ରୋଗରୁ ସମ୍ପୂର୍ଣ୍ଣ ସୁରକ୍ଷା ଚାହୁଥିବର ପରିବାରଗୁଡ଼ିକ ପାଇଁ ଆମେ ହେଉଛୁ ସବୁଠୁ ବିଶ୍ୱାସନୀୟ ଓ ପସନ୍ଦର ବ୍ରାଣ୍ଡ୍। ଏହି ବର୍ଗରେ ସବୁ ବେଳେ କିଛି ନୂଆ କରୁଛୁ ଓ ଅଭିନବ ସମାଧାନ ଗ୍ରାହକଙ୍କ ପାଇଁ ଆଣୁଛୁ। ଭାରତର ସବୁଠୁ ଶକ୍ତିଶାଳୀ ତରଳ ଭାପୋରାଇଜର ଗୁଡନାଇଟ ଗୋଲଡ ଫ୍ଲାସ୍ ହେଉଛି ତରଳ ଭାପୋରାଇଜର ବର୍ଗରେ ଆମର ସଦ୍ୟତମ ଅଭିନବ ଉତ୍ପାଦ।

ସେ କହିଛନ୍ତି ଗୁଡନାଇଟ ଗୋଲ୍ଡ ଫ୍ଲାସ୍ ଭାରତର ୨୨୦୦ କୋଟି ଟଙ୍କା ମୂଲ୍ୟର ତରଳ ଭାପୋରାଇଜର ବଜାରରେ ବଡ଼ ଧରଣର ପରିବର୍ତନ ଆଣିପାରିବ। ଏହି ଉତ୍ପାଦ ଜରିଆରେ ଆମେ କଏଲ ଓ ମଶାଧୂପ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଉନ୍ନତ ଉତ୍ପାଦ ଆଣିଛୁ। ତେଣୁ ଏଭଳି ଉତ୍ପାଦକୁ ନେଇ ଆମେ ବଜାରରେ ଅତିରିକ୍ତ ୨୫୦ କୋଟି ଟଙ୍କା ଯୋଗ କରିବାକୁ ଲକ୍ଷ୍ୟ ରଖିଛୁ।

Leave a Reply

Your email address will not be published. Required fields are marked *