Sun. Feb 23rd, 2020

କ୍ରିକେଟରଙ୍କୁ ବାହାହେବେ ଅନୁଷ୍କା

ମୁମ୍ବାଇ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଭାରତୀୟ କ୍ରିକେଟରଙ୍କୁ ବିବାହ କରିବେ। ଏନେଇ ଚର୍ଚ୍ଚା ଆରମ୍ବ ହୋଇଗଲାଣି। ଅନୁଷ୍କାଙ୍କର କେବଳ ଦକ୍ଷିଣରେ ନୁହେଁ, ବଲିଉଡ୍‌ର ଆଗଧାଡ଼ିର ହିରୋଇନ୍‌ଙ୍କ ଠାରୁ ବି ଫ୍ୟାନ୍‌ଙ୍କ ସଂଖ୍ୟା ଅଧିକ। ‘ବାହୁବଳି’ ଫିଲ୍ମ ରିଲିଜ୍ ହେବା ପରଠାରୁ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। ମଝିରେ ପ୍ରଭାସଙ୍କ ସହିତ ତାଙ୍କର ଆଫେୟାରକୁ ନେଇ କଥା ଉଠିଲା। କୁହାଗଲା ସେମାନେ ବାହା ହେବେ। କିନ୍ତୁ କରଣ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ୍‌’ରେ ପ୍ରଭାସ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏହି ଶୋ’ରେ ପ୍ରଭାସ ସ୍ପଷ୍ଟ କରିଛନ୍ତି ଅନୁଷ୍କା କେବଳ ତାଙ୍କର ଜଣେ ଭଲ ବନ୍ଧୁ। ଏହା ପରଠାରୁ ଦୁହିଁଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ବନ୍ଦ ହୋଇଯାଇଛି। ଏବେ ଶୁଣିବାକୁ ମିଳୁଛି ଅନୁଷ୍କା ଜଣେ ଭାରତୀୟ କ୍ରିକେଟରଙ୍କୁ ଡେଟ୍‌ କରୁଛନ୍ତି। ଖୁବ୍‌ଶୀଘ୍ର ସେମାନେ ବିବାହ କରିବେ। ଏ ପର୍ଯ୍ୟନ୍ତ ସେହି କ୍ରିକେଟର ଜଣଙ୍କ କିଏ, ତାହା ଜଣାପଡ଼ିନି। ତେବେ ସେ ଉତ୍ତର ଭାରତର ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *