Sun. Feb 23rd, 2020

ମାମଲା କରି ଚର୍ଚ୍ଚାରେ ପୁନମ୍‌ ପାଣ୍ଡେ

ମୁମ୍ବାଇ : ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ ୨୦୧୧ ବିଶ୍ଵକପ ସମୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ। ସେ କହିଥିଲେ ଇଣ୍ଡିଆ ଟିମ୍ ଜିତିଲେ ସେ ସମ୍ପୂର୍ଣ୍ଣ ବିବସ୍ତ୍ର ହେବେ। ଏବେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ସୌରଭ କୁଶୱାହାଙ୍କ ବିରୋଧରେ ମାମଲା କରି ଚର୍ଚ୍ଚାରେ ରହିଛନ୍ତି।  

ପୁନମ୍‌ଙ୍କ ଅଭିଯୋଗ ତାଙ୍କୁ ବାରମ୍ବାର ଅଜଣା କଲ୍‌ ଆସୁଛି। ଗତବର୍ଷ ଜୁନ୍‌ରେ ଏକ ଟ୍ୟାଗ୍‌ଲାଇନ (Call Me, I Strip for You) ସହିତ ତାଙ୍କ ଆପ୍‌ରେ ଅଶ୍ଳୀଳ ଲେଖା ଅପ୍‌ଲୋଡ କରାଯାଇଥିଲା। ପୁନମ୍‌ ନିଜ ନାଁରେ ଏକ ଆପ୍‌ ତିଆରି କରିବା ପାଇଁ କୁନ୍ଦ୍ରାଙ୍କ କମ୍ପାନୀର ସହଯୋଗ ନେଇଥିଲେ। ପରବର୍ତ୍ତି ସମୟରେ ସେ ଏହି କନ୍‌ଟ୍ରାକ୍ଟ କ୍ୟାନସଲ କରିବା ସହିତ କମ୍ପାନୀକୁ ମଧ୍ୟ ଜଣାଇଥିଲେ। ହେଲେ କ୍ୟାନ୍‌ସଲ କରିବା ସତ୍ତ୍ୱେ ଆପ୍‌କୁ ସକ୍ରିୟ ରଖାଯାଇଥିଲା। ସେଥିରେ ତାଙ୍କ ବ୍ୟକ୍ତିଗତ ଫଟୋ ଅପଲୋଡ୍‌ କରାଯାଉଥିଲା। ଏଥିପାଇଁ ସେ ୩ ମାସ ପାଇଁ ଦେଶ ବାହାରକୁ ଯାଇଥିଲେ। ଫେରିବା ପରେ ପୁଣିଥରେ ସେ ସମସ୍ୟାରେ ପଡିଛନ୍ତି। କେବଳ ସେତିକି ନୁହେଁ ନମ୍ବର ବଦଲାଇବା ପରେ ମଧ୍ୟ ତାଙ୍କୁ ଅନେକ କଲ୍‌ ଆସୁଛି।

ସେଥିପାଇଁ ସେ ଏହି ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ପୁନମ୍‌। ପୁନମ୍‌ ଦର୍ଶାଇଛନ୍ତି ୨୦୧୯ ଡିସେମ୍ବର ୭ରେ ସେ ପୋଲିସରେ ଏତଲା ଦେଇଥିଲେ। ହେଲେ ପୋଲିସ କୁନ୍ଦ୍ରା ଓ ତାଙ୍କ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା। ଯେଉଁଥିପାଇଁ ତାଙ୍କୁ ହାଇକୋର୍ଟ ଯିବାକୁ ପଡ଼ିଛି। ଅପରପକ୍ଷରେ ରାଜ୍‌ କୁନ୍ଦ୍ରାଙ୍କ ସହଯୋଗୀ ଏହି ଅଭିଯୋଗକୁ ଭୁଲ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *