Sun. Feb 23rd, 2020

ବନ୍ଧୁକ ଦେଖାଇ ଲୁଟିନେଲ କେଜିଏ ଓଜନର ସୁନା ଗହଣା

ଭୁବନେଶ୍ଵର : କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହିର ଲଳିତା ଜୁଏଲାରୀରୁ ପ୍ରାୟ କେଜିଏରୁ ଉର୍ଦ୍ଧ୍ୱ ଓଜନର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଜୁଏଲାରୀ ମାଲିକ ଗତକାଲି ରାତିରେ ଦୋକାନ ବନ୍ଦ କରିବା ବେଳେ ୬ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି। ବନ୍ଧୁକ ପଛରେ ଦୋକାନୀଙ୍କ ମୁଣ୍ଡକୁ ଆଘାତ କରିବା ଯୋଗୁ ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଦୋକାନରେ ପଶି ସୁନାଗହଣା ଲୁଟି ନେଇଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ହାର୍ଡଡିସ୍କ ମଧ୍ୟ ସେମାନେ ନେଇଯାଇଥିବା ଅଭିଯୋଗ ହୋଇଛି। ଗୋଡ଼ିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *