Sun. Feb 23rd, 2020

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲେ ଯୁବକ

ଭୁବନେଶ୍ଵର : ଜଣେ ମହିଳାଙ୍କୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକ ଧରାପଡିଛି। ଲୋକେ ତାଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିବା ପରେ ପୋଲିସରେ ଦେଇଛନ୍ତି। କେନ୍ଦ୍ରାପଡ଼ା ସଦର ଥାନା ହାଲପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ହାଲପୁର ଅଞ୍ଚଳରେ ଗତକାଲି ସରସ୍ୱତୀ ପୂଜା ମେଲଣ ଚାଲିଥିଲା। ଗାଁର ଅଧିକାଂଶ ଲୋକ ମେଲଣ ଉତ୍ସବରେ ଥିବାରୁ ପୀଡ଼ିତାଙ୍କ ଘରେ ସେ ଓ ତାଙ୍କର ସ୍ୱାମୀ ଥିଲେ। ସ୍ୱାମୀ ଟିଭି ଦେଖୁଥିବା ବେଳେ ନିଦରେ ଘୁମେଇ ପଡିଥିଲେ। ପତ୍ନୀ ବାରଣ୍ଡାରେ ଗଦା ହୋଇଥିବା ଧାନକୁ ଅଖାରେ ଭର୍ତ୍ତି କରୁଥିଲେ। ଏହି ସମୟରେ ପଡ଼ୋଶୀ ଗ୍ରାମର ଜଣେ ଯୁବକ ସେଠାରେ ପହଞ୍ଚି ହଠାତ ମହିଳାଙ୍କୁ ପଛଆଡୁ ଧରି ପାଟିରେ ଲୁଗା ଦେଇ ଘରପାଖ ପୋଖରୀ କୂଳକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳାଙ୍କ ପାଟି ଶୁଣି ଘରେ ଶୋଇପଡ଼ିଥିବା ସ୍ୱାମୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଅନ୍ୟମାନଙ୍କୁ ଡାକିଥିଲେ। ପାଟି ଶୁଣି କିଛି ଯୁବକ ସେଠାରେ ପହଞ୍ଚି ଅଭିଯୁକ୍ତ ଯୁବକକୁ କାବୁକରି ଏକ ନଡି଼ଆ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏ ସମ୍ପର୍କରେ ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରିଥିଲେ। ଆହତ ପୀଡ଼ିତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *