Wed. Feb 26th, 2020

୭୫ ୟୁନିଟ ମାଗଣା ବିଦ୍ୟୁତ ଦେବାକୁ ମମତାଙ୍କ ଘୋଷଣା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ତିନି ମାସରେ ୭୫ ୟୁନିଟ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଆଜି ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ମମତା ସରକାର ଆଜି ବିଧାନସଭାରେ ୨୫୫୬୭୭ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି। ଏହି ବଜେଟରେ ଅର୍ଥ ମନ୍ତ୍ରୀ ଘୋଷଣା କରିଥିଲେ ଆଗାମୀ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୦୦ଟି ଲଘୁ ଓ ମଧ୍ୟମ ଉଦ୍ୟୋଗ ପାର୍କ କରାଯିବ। କିଛି ବର୍ଷ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨୦୦ ୟୁନିଟ ମାଗଣା ବିଜୁଳି ଦେବାକୁ ଘୋଷଣା କରିଥିଲେ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମଧ୍ୟ ମାସକୁ ୧୦୦ ୟୁନିଟ ଯାଏଁ ମାଗଣା ବିଦ୍ୟୁତ ଦିଆଯିବା ନେଇ ରାଜ୍ୟ ସରକାର ବିଚାର କରୁଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଇସ୍ତାହାରରେ ମାଗଣା ବିଜୁଳି ନେଇ ଘୋଷଣା କରାଯାଇଥିବାରୁ ହେମନ୍ତ ସୋରେନଙ୍କ ସରକାର ଏ ବାବଦରେ କିଛି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *