Sun. Feb 23rd, 2020

ଯୁବତୀଙ୍କୁ ଗୁଳିମାଡ଼ ଘଟଣା: ମିଛ ବୟାନ ଦେଇ ଧରାପଡ଼ିଲେ ପୁରୁଷବନ୍ଧୁ

ଭୁବନେଶ୍ଵର : ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଯୁବତୀଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଆଶିଷ କୁମାର ନାୟକ ଏହି ଘଟଣାର ମୁଖ୍ୟଅଭିଯୁକ୍ତ ବୋଲି ପୋଲିସ ହହିଥିବା ବେଳେ ସେ ବିଭିନ୍ନ ଅପରାଧରେ ସଂଶ୍ଳିଷ୍ଟ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ଇନଫୋସିଟି ଅଞ୍ଚଳର ବଜରଙ୍ଗ ବିହାରରେ ଥିବା ଯୁବତୀଙ୍କ ଭଡ଼ାଘରେ ମୁଖ୍ୟ ଅଭିଯୁକ୍ତର ବନ୍ଧୁକରୁ ଗୁଳିବାଜି ଆହତ ହୋଇଥିଲେ ଯୁବତୀ। ମାତ୍ର ଘଟଣାକୁ ଲୁଚାଇବାକୁ ଯାଇ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଛ କାହାଣୀ ରଚନା କରିଥିଲେ। ଦୁଇଜଣ ଦୁର୍ବୃତ୍ତ ଆସି ଗୁଳି କରିଥିବା ପୋଲିସକୁ କହିଥିଲେ। ପଚରାଉଚରା ପରେ ତାଙ୍କ କଥାରେ ତାଳମେଳ ନରହିବାରୁ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ଯୁବତୀଙ୍କ ଘର ଛାନଭିନ୍ କରିବା ପରେ ଅସଲ କଥା ପଦାକୁ ଆସିଥିଲା।

ଗୁଳିକାଣ୍ଡ ଘଟଣାକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ଏକ ଟୁଇଟ୍ ଜାରି କରାଯାଇ ଗୁଳିମ‌ାଡର ଶିକାର ଯୁବତୀ ପ୍ରକୃତରେ ଦୁର୍ବୃତ୍ତଙ୍କ ଟାର୍ଗେଟ ନଥିଲେ। ଏହି ଘଟଣା ସହିତ ତାଙ୍କର କୌଣସି ସଂପୃକ୍ତି ମଧ୍ୟ ନାହିଁ। ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇସାରିଛି। କେଉଁ କାରଣ ଯୋଗୁଁ ଏହି ଅପରାଧ ଘଟିଛି ତାହା ମଧ୍ୟ ଜଣାପଡ଼ିଛି ବୋଲି ସୂଚନା ଦିଆ ଯାଇଥିଲା।

Leave a Reply

Your email address will not be published. Required fields are marked *