Wed. Feb 26th, 2020

ଚୀନ: ହଜାରରୁ ଅଧିକ ଲୋକଙ୍କୁ ପୋଡ଼ି ଦିଆଯାଇଥିବା ସଂଦେହ

ନୂଆଦିଲ୍ଲୀ : ଚୀନରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଥିବା ସରକାରୀ ଭାବେ କୁହାଯାଇଛି। ବିଶେଷଜ୍ଞ କହୁଛନ୍ତି ଚୀନ ସରକାର ତଥ୍ୟ ଲୁଚାଉଛନ୍ତି। ପ୍ରକୃତରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। କିଛିଦିନ ଏହି ମୃତ୍ୟୁସଂଖ୍ୟା ୨୫ ହଜାର ବୋଲି ଚାଇଓ୍ଵାନର ଏକ ଗଣମାଧ୍ୟମ କହିଥିଲା। ଚୀନ ଏହାକୁ ଖଣ୍ଡନ କରିଥିଲେ। ହେଲେ ସ୍ଥିତି ସଂପର୍କରେ ଆଉ ଏକ ବଡ଼ ପ୍ରମାଣ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଚୀନରେ ହଜାର ହଜାର ଲୋକଙ୍କୁ ଏକା ସମୟରେ ପୋଡ଼ିଦିଆଯାଉଛି। ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି ଚୀନର ଉହାନ ସହରରେ ହଠାତ ସଲଫର ଡାଇରକ୍ସାଇଡ୍‌ ନିର୍ଗମନ ପ୍ରାୟ ୨୧ ଗୁଣ ବଢିଯାଇଛି। ଉହାନର ବାୟୁମଣ୍ଡଳରେ ସ୍ୱାଭାବିକ ଭାବେ ରହୁଥିବା ସଲଫର ଡାଇରକ୍ସାଇଡର ମାତ୍ରା ୮୦ ୟୁନିଟ (ug/m^3 ) ରହୁଥିବାବେଳେ ଏବେ ତାହା ୧୭୦୦ ୟୁନିଟକୁ ବଢିଛି।

ବାୟୁମଣ୍ଡଳରେ ହଠାତ ସଲଫର ଡାଇଅକ୍ସାଇନ ବଢିଯିବା କୌଣସି ଜୈବପଦାର୍ଥ (ଯେପରିକି ପଶୁ, ମଣିଷ) ବିପୁଳ ପରିମାଣରେ ପୋଡିବା ଦ୍ୱାରା ହୋଇଥାଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଚୀନରେ ଏତେ ସଂଖ୍ୟାରେ ପଶୁମରିଥିବା ସୂଚନା ମିଳିନାହିଁ। ତେଣୁ ଏହା ସମ୍ଭବତଃ ମୃତଶରୀର ପୋଡ଼ିବା ଯୋଗୁଁ ହୋଇଥାଇପାରେ ବୋଲି ପରିବେଶବିତ ଡଃ ଜର୍ଜ ଇମାନୁଏଲ କହିଛନ୍ତି। ଯେତିକି ପରିମାଣରେ ସଲଫର ଡାଇରକ୍ସାଇଡ ଗ୍ୟାସ ନିର୍ଗତ ହୋଇଛି ତାହା ଅତିକମରେ ୧୪ ହଜାର ଲୋକଙ୍କୁ ପୋଡ଼ିଲେ ନିର୍ଗତ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *