Sun. Feb 23rd, 2020

ଦିଲ୍ଲୀ ଭୋଟ୍ ଗଣତି: ପ୍ରତିପକ୍ଷଙ୍କ ବହୁ ଆଗରେ ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଆଜି ଭୋଟ୍ ଗଣତି ଚାଲିଛି। ସକାଳ ଆଠଟାରୁ ଆରମ୍ଭ ହୋଇଥିବା ଏହି ଗଣତିରେ ଆମ୍‌ ଆଦମୀ ପାର୍ଟି ପ୍ରତିପକ୍ଷ ବିଜେପି ଓ କଂଗ୍ରେସ୍ ଠାରୁ ବହୁତ ଆଗରେ ରହିଛି। ମୋଟ ୭୦ଟି ଆସନ ମଧ୍ୟରୁ ଆପ୍ ୫୦ଟିରେ ଆଗୁଆ ଥିବାବେଳେ ବିଜେପି ୨୦ଟିରେ ଆଗରେ ରହିଛି। କଂଗ୍ରେସ ଗୋଟିଏ ହେଲେ ଆସନରେ ପ୍ରତିପକ୍ଷଙ୍କ ଠାରୁ ଆଗକୁ ଯାଇପାରି ନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କ ଠାରୁ ଆଗୁଆ ରହିଛନ୍ତି। ଶନିବାର ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ର ରିପୋର୍ଟରେ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ପୁଣିଥରେ ସରକାର କରିବ। ବିଜେପି ୧୦ଟି ଆସନ ମଧ୍ୟରେ ସୀମିତ ରହିବ ଓ କଂଗ୍ରେସ ଖାତା ଖୋଲି ପାରିବ ନାହିଁ କିମ୍ବା ଅତିବେଶୀରେ ଗୋଟିଏ ଆସନ ଜିତିବ ବୋଲି କୁହାଯାଇଥିଲା।

Leave a Reply

Your email address will not be published. Required fields are marked *