Sun. Feb 23rd, 2020

ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଉଡ଼ୁଛି ଧଳାନୀଳ ବେଲୁନ୍, କେଜ୍ରିୱାଲଙ୍କ ପାଇଁ ଖୋଲାଜିପ୍ ପ୍ରସ୍ତୁତ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ସରକାର ଗଢ଼ିବା ପାଇଁ ଆଗକୁ ବଢ଼ୁଛନ୍ତି ଅରବିନ୍ଦ କେଜ୍ରିୱାଲ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଆମ୍ ଆଦମି ପାର୍ଟିକୁ ବହୁମତ ମିଳିବାର ସ୍ପଷ୍ଟ ହୋଇଯାଇଛି। ୭୦ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁମତ ହାସଲ କରି ସରକାର ଗଠନ ଲାଗି ମାତ୍ର ୩୬ଟି ଆସନ ଦରକାର ପଡ଼ୁଥିବା ବେଳେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଏବେ ୪୯ଟିରେ ଆଗୁଆ ରହିଛି। ଏହା ସୂଚିତ କରୁଛି ଆପ୍ କୁ ବହୁମତ ମିଳବା ଏକ ପ୍ରକାର ନିଶ୍ଚିତ।

ଫଳାଫଳ ଆସିବା ପୂର୍ବରୁ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଆପ୍ ସମର୍ଥକ ‘ଅଲ ଦ ବେଷ୍ଟ’ ଲେଖିଛନ୍ତି। ଦଳ ପକ୍ଷରୁ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଫଳାଫଳକୁ ରହିଛି ଅପେକ୍ଷା। ରୋଡ଼୍ ସୋ’ କରିବା ପାଇଁ ଏକ ଖୋଲା ଜିପ୍ ପ୍ରସ୍ତୁତ କରାଯାଇଥିବା ବେଳେ ଆପ୍ କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ କାର୍ଯ୍ୟକର୍ତ୍ତା ବେଲୁନରେ ସଜାଇଛନ୍ତି।

Leave a Reply

Your email address will not be published. Required fields are marked *