Wed. Feb 26th, 2020

ଓଡ଼ିଶାରେ ହୋଇଛି ୧୨ ଲକ୍ଷ ଥର ବଜ୍ରପାତ

ଭୁବନେଶ୍ୱର : ୨୦୧୯ରେ ଓଡ଼ିଶାରେ ପ୍ରାୟ ୧୨ଲକ୍ଷ ଥର ବଜ୍ରପାତ ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା। ଭୁବନେଶ୍ୱରରେ ନ୍ୟାଶନାଲ୍ ଡିଜାଷ୍ଟର ମିଟିଗେସନ୍ ଅଥରିଟି ପକ୍ଷରୁ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ଯୋଗଦେଇ ସେ କହିଲେ ବର୍ତ୍ତମାନ ସମୟରେ ବଜ୍ରପାତ ଅନ୍ୟତମ ବିପର୍ଯ୍ୟୟ ରୂପେ ମୁଣ୍ଡ ଟେକିଛି। ସେହିପରି ସହରାଞ୍ଚଳରେ ହେଉଥିବା କୃତ୍ରିମ ବନ୍ୟା, ସମୁଦ୍ର ପତ୍ତନ ବୃଦ୍ଧିରୁ ଧନଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ବି ଆଲୋଚନା ହୋଇଥିଲା। ଏଥିସହ ରାଜ୍ୟଗୁଡ଼ିକ ବିପର୍ଯ୍ୟୟ ପ୍ରଶମନ ପାଇଁ ପୂର୍ବରୁ କିଛି ଯୋଜନା କରୁ ନଥିବାରୁ ଏନ୍‌ଡିଏମ୍ଏ ସଦସ୍ୟ ସଚିବ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି କର୍ମଶାଳାରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିରେ ଓସଡମାର ପୂର୍ବତନ ଏମ୍‌ଡି ଅରବିନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *