Sun. Feb 23rd, 2020

ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ

ଭୁବନେଶ୍ଵର: କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ସରକାରୀ ଗାଡ଼ିରେ ୧ଲକ୍ଷ ୧୦ ହଜାର ଟଙ୍କା ନିଜ ଭଡ଼ାଘରକୁ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବପ୍ରସାଦ ଦରା ୧ଲକ୍ଷ ୧୦ ହଜାର ଟଙ୍କା ନେଇ ନିଜ ସରକାରୀ ଗାଡ଼ି (ଓଡି ୦୮ ବି ୬୯୪୯) ଯୋଗେ ଭବାନୀପାଟଣା ସହରସ୍ଥିତ ହିଲଟାଉନ୍ ଲେନ୍ ନଂ ୨ରେ ଥିବା ଭଡ଼ାଘରକୁ ଯାଉଥିଲେ ।

ଟଙ୍କା ନେଉଥିବା ଖବର ପାଇ ଭବାନୀପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଇନ୍ସପେକ୍ଟର୍ କଳାବତୀ ବାଗ, ତ୍ରିଲୋଚନ ଷଡଙ୍ଗୀ, ପ୍ରକାଶ ବେହେରା, ଶିବ ପ୍ରସାଦ ପ୍ରଧାନ, ଗୁଣନିଧି ସାହୁ ପ୍ରମୁଖ ପୂର୍ବରୁ ହିଲ ଟାଉନ ଲେନନଂ ୨ ଠାରେ ଛକି ରହିଥିଲେ । ଗାଡ଼ି ଯିବା ପରେ ଅଟକାଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରାଙ୍କଠାରୁ ନଗଦ ୧ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହିତ ଜେରା ପାଇଁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଥିଲେ । ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *