Wed. Feb 26th, 2020

ଶିଶୁକୁ ଘରେ ତାଲା ପକାଇଦେଲେ ଫାଇନାନ୍ସ କର୍ମଚାରୀ

ନୂଆଦିଲ୍ଲୀ : ରାଜସ୍ଥାନର ଜୟପୁରରେ ଏକ ଅମାନବୀୟ ଘଟଣା ଘଟିଛି। ଋଣ କିସ୍ତି ଶୁଝିନଥିବା ରୂପନଗଡ଼ର ଜଣେ ବ୍ୟକ୍ତିଙ୍କ ଘର ସିଲ କରିଛନ୍ତି ଫାଇନାନ୍ସ କର୍ମଚାରୀ। ଘରର ସଦସ୍ୟମାନେ ବାହାରକୁ ଚାଲିଆସିଥିବା ବେଳେ ଘରେ ରହିଯାଇଥିବା ୯ ମାସର ଶିଶୁକୁ ସେମାନେ ତାଲାଦେଇ ବନ୍ଦ କରିଦେଇଥିଲେ। ଶିଶୁଟି ଭୋକ ବିକଳରେ କାନ୍ଦୁଥିଲେ ହେଁ ଶୁଣିନଥିଲେ। ଘଟଣାକୁ ନେଇ ସେଠାରେ କେବଳ ଜନ ଅସନ୍ତୋଷ ପ୍ରକାଶ ପାଇନି ସ୍ଥାନୀୟ ବିଧାୟକ ସୁରେଶ ସିଂ ରାଜସ୍ଥାନ ବିଧାନସଭାର ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ବିଧାୟକଙ୍କ ଠାରୁ ଶୁଣିବା ପରେ ବାଚସ୍ପତି ଏନେଇ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଅଦାଲତରେ ଏହି ମାମଲା ଚାଲିଥିବା ବେଳେ ଫାଇନାନ୍ସ କର୍ମଚାରୀମାନେ ଘରେ କିଭଳି ତାଲା ପକାଇଲେ ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *