Wed. Feb 26th, 2020

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଛେଚା ଖାଇଲେ ଶିକ୍ଷକ

ଭୁବନେଶ୍ଵର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଳକର କବରାପାଲି ଗାଁରେ ଲଜ୍ଜାଜନକ ଘଟଣା ଘଟିଛି। ବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ଗଣିତ ଶିକ୍ଷକ ବାସୁଦେବ ବେହେରାଙ୍କୁ ଅଭିଭାବକମାନେ ମାଡ ଦେଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଛି।

ଖବର ଅନୁଯାୟୀ କବରାପାଲି ସ୍କୁଲକୁ ଗୁରୁବାର କିଛି ଦଶମ ଶ୍ରେଣୀ ଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଆଡମିଟ୍‌ କାର୍ଡ ଆଣିବାକୁ ଯାଇଥିଲେ। ଶିକ୍ଷକ ଶ୍ରୀ ବେହେରା ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହା ପୂର୍ବରୁ ଶ୍ରୀ ବେହେରା କଳାପଟାରେ ତାଙ୍କ ମୋବାଇଲ ନମ୍ବର ଲେଖି ରାତି ଅଧରେ ଫୋନ୍‌ କରିବାକୁ କହୁଥିଲେ। ଆଡମିଟ୍‌ କାର୍ଡ ଆଣିବାକୁ ଯାଇଥିବା ଛାତ୍ରୀମାନେ ଅଶ୍ଳୀଳ ଇଙ୍ଗିତର ଶିକାର ହେବାପରେ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇବାରୁ ଗ୍ରାମବାସୀ ଶିକ୍ଷକଙ୍କୁ ନିସ୍ତୁକ ଛେଚିବା ପରେ ପୋଲସ୍‌ ଜିମା ଦେଇଥିଲେ।

Leave a Reply

Your email address will not be published. Required fields are marked *