Wed. Feb 26th, 2020

କନ୍ୟା ନାବାଳିକା, ଶିଶୁପାଳ ହୋଇ ବର ଫେରିଲା

ଭୁବନେଶ୍ଵର : କନ୍ୟା ନାବାଳିକା ହୋଇଥିବାରୁ ବାହାଘର ଅଟକିଛି। ବର ଓ ବରଯାତ୍ରୀ ରୋଷଣୀ ଆରମ୍ଭ କରିଥିଲେ ହେଁ କନ୍ୟା ଘର ପାଖରେ ପହଞ୍ଚିବା ପୂର୍ବରୁ ଫେରିଯାଇଛନ୍ତି। ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଅନ୍ତର୍ଗତ ସାରଙ୍ଗପୁର ଗାଁରେ ଘଟିଛି।

ଖବର ଅନୁଯାୟୀ ବାହାନଗା ବ୍ଲକ୍‌ର ସାରଙ୍ଗପୁର ଗ୍ରାମର ଲକ୍ଷ୍ମଣ ମହାରଣାଙ୍କ ଝିଅ ସହିତ ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ଗ୍ରାମପଞ୍ଚାୟତର ଡାଲଙ୍ଗ ଗ୍ରାମର ଇଞ୍ଜିନିୟର ଶରତ ମହାରଣାଙ୍କର ବିବାହ ସ୍ଥିର ହୋଇଥିଲା। ଗତକାଲି ଥିଲା ବିବାହ। ହେଲେ ଝିଅଟି ନାବାଳିକା ହୋଇଥିବାରୁ ବିବାହ ହୋଇପାରିନାହିଁ। ଝିଅକୁ ୧୮ବର୍ଷ ପୂରଣ ହେବାକୁ ଆଉ ଦୁଇମାସ ବାକି ଅଛି। ଏନେଇ କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ୍ ବିବାହ ସ୍ଥଳରେ ପହଞ୍ଚି ବିବାହ ବନ୍ଦ କରିଥିଲେ। ୧୮ବର୍ଷ ପୂର୍ବରୁ ବାହାଘର ନ କରାଇବାକୁ ଝିଅର ବାପାକୁ ବୁଝାଇଥିଲେ। ସେମାନେ ବୁଝିବା ପରେ ବାହାଘର ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *