Wed. Feb 26th, 2020

କନ୍ଦମୂଳ ଆଜ୍‌ମା ରୋଗୀଙ୍କ ପାଇଁ ବେଶ ଉପକାରୀ

କନ୍ଦମୂଳ ଆଜ୍‌ମା ରୋଗୀଙ୍କ ପାଇଁ ବେଶ ଉପକାରୀ। ଏଥିରେ ରହିଛି ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଓ ଅନେକ ପୋଷକ ତତ୍ତ୍ୱ। ଏସବୁ ଶରୀରକୁ ଗମ୍ଭୀର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ। ନାକ, ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ରେ କଫ ଜମିବା ଫଳରେ ଆଜ୍‌ମା ରୋଗୀଙ୍କୁ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଭଳି ପରିସ୍ଥିତିରେ ଦୈନନ୍ଦିନ ଗୋଟିଏ କନ୍ଦମୂଳ ସିଝାଇ ଖାଇବା ଦ୍ୱାରା ସମସ୍ୟା ଦୂର ହେବା ସହିତ ଆଜ୍‌ମା ରୋଗୀଙ୍କୁ ଆରାମ ମିଳିଥାଏ।

ସେହିପରି କନ୍ଦମୂଳରେ ରହିଛି ପ୍ରଚୁର ମାତ୍ରାରେ ଆଇରନ୍‌। ଯାହା ଶରୀରକୁ ଶକ୍ତି ଯୋଗାଇବା ସହିତ ବ୍ଲଡ୍‌ ସେଲ୍‌ ନିର୍ମାଣରେ ସାହାଯ୍ୟ କରେ। କନ୍ଦମୂଳର ସେବନ ଦ୍ୱାରା ଶରୀରରେ ଆଇରନ୍‌ ଅଭାବ ଦୂର ହୋଇଥାଏ। ଦୈନନ୍ଦିନ ଗୋଟିଏ କନ୍ଦମୂଳ ସେବନ ଦ୍ୱାରା ହୃଦ୍‌ଜନିତ ବିଭିନ୍ନ ସମସ୍ୟାରୁ ଉପଶମ ମିଳିଥାଏ। କନ୍ଦମୂଳରେ ଏଥିରେ ଥିବା କପର୍‌, ଭିଟାମିନ୍‌ ବି ୬ କୋଲେଷ୍ଟୋରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖିବା ଦ୍ୱାରା ହୃତ୍‌ପିଣ୍ଡଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *