Wed. Feb 26th, 2020

କରୀନାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଶୁଭେଚ୍ଛା ଜଣାଇଲେ ଆମୀର ଖାନ୍‌

ମୁମ୍ବାଇ : ଦର୍ଶକଙ୍କୁ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଉଥିବା ବଲିଉଡ୍‌ ଷ୍ଟାର୍‌ ଆମୀର ଖାନ୍‌ଙ୍କର ଆଗକୁ ଆସୁଛି ‘ଲାଲ୍‌ ସିଂହ ଚଢ଼ା’। ଏହି ଚଳଚ୍ଚିତ୍ରରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କରୀନା କପୁର। ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’ରେ କରୀନାକୁ ସ୍ଵତନ୍ତ୍ର ଟ୍ବିଟ୍‌ ପୋଷ୍ଟ୍‌ କରି ଆମୀର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପାଇବାର ଉତ୍ସୁକତା ଓ ହରେଇବାର ଭୟ, ବାସ୍‌ ଏତିକି ହିଁ ଜୀବନର ରାସ୍ତା। ପ୍ରେମ ଦିବସର ଶୁଭେଚ୍ଛା କରୀନା। ମୁଁ ସବୁ ଚଳଚ୍ଚିତ୍ରରେ ତୁମ ସହ ରୋମାନ୍ସ କରିବାର ସୁଯୋଗ ପାଆନ୍ତି କି !’ ଆମୀର କରୀନାଙ୍କୁ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ରର ‌ନୂଆ ପୋ‌ଷ୍ଟର୍‌ ଜାରି କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରଥମ ପୋଷ୍ଟର୍‌ରେ କରୀନା କପୁର୍‌ ଏକ ହଳଦିଆ ପୋଷାକ ପିନ୍ଧି ବେଶ୍‌ ଆକର୍ଷଣୀୟ ଲାଗୁଛନ୍ତି। ଆମୀର ଖାନ୍‌ କ୍ୟାମେରାକୁ ପଛ କରି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଆଲିଙ୍ଗନ କରିଛନ୍ତି କରୀନା କପୁର୍‌।

Leave a Reply

Your email address will not be published. Required fields are marked *