Wed. Feb 26th, 2020

ଅନୁପଙ୍କ ଡ୍ରାଇଭର ଝିଅ କହିଛି ମୋ ବାପା ନିର୍ଦ୍ଦୋଷ, ଆମେ ନ୍ୟାୟ ଚାହୁଁଛୁ

ଭୁବନେଶ୍ଵର : କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅର ହତ୍ୟା ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି। ପରିବାର ଲୋକେ କହିଛନ୍ତି ବର୍ଦ୍ଧନଙ୍କୁ ଗତକାଲି ରାତିରେ ପୋଲିସ୍ ଉଠାଇ ନେଇ କୌଣସି ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି। କିନ୍ତୁ ବର୍ଦ୍ଧନଙ୍କ ଝିଅ କହିଛି ମୋ ବାପା ନିର୍ଦ୍ଦୋଷ। ଆମେ ପୋଲିସ୍‌ ଓ ପ୍ରଶାସନ ନିକଟରୁ ନ୍ୟାୟ ଚାହୁଁଛୁ। ସେହିପରି ବର୍ଦ୍ଧନଙ୍କ ପତ୍ନୀ କହିଛନ୍ତି ଆମେ ଗରିବ, ସାଧାସିଧା ଲୋକ। ମୋ ସ୍ୱାମୀଙ୍କୁ ନ୍ୟାୟ ମିଳୁ।

ସୂଚନାଯୋଗ୍ୟ ଯେ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲେ ହେଁ ଚିହ୍ନଟ କରିବାକୁ ରାଇଗଡ଼ ପୋଲିସ୍‌କୁ ଏକ ବର୍ଷ ଲାଗିଯାଇଥିଲା। ଏହା ପରେ ମୋବାଇଲ କଲ୍ ରେକର୍ଡ ଯାଞ୍ଚକରି ପୋଲିସ ଅନୁପଙ୍କ ସଂପୃକ୍ତି ଜାଣିପାରିଥିଲା।

Leave a Reply

Your email address will not be published. Required fields are marked *