Thu. Feb 20th, 2020

କଶ୍ମୀର ଜବାବ ଜିହାଦରେ ଦେବାକୁ ପାକ୍ ରାଷ୍ଟ୍ରପତିଙ୍କ ଧମକ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଭାରତ ଯେଉଁ ପଦକ୍ଷେପ ନେଉଛି ତାହାକୁ ବନ୍ଦ କରୁ, ନଚେତ୍ ଏହାର ଜବାବ ଜେହାଦିରେ ଦିଆଯିବ। ଭାରତକୁ ଏପରି ଧମକ ଦେଇଛନ୍ତି ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଅଲବୀ।

ବୁଧବାର (ଆଜି) ପାକିସ୍ତାନ ପାଳନ କରଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପାକ୍ ରାଷ୍ଟ୍ରପତି ଆରିଫ୍ ଅଲବୀ ଭାରତକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଜାମ୍ମୁକାଶ୍ମୀରରେ ଭାରତ ନେଉଥିବା ପଦକ୍ଷେପ ବନ୍ଦ କରୁ, ନଚେତ୍ ଜେହାଦିରେ ଏହାର ଜବାବ ଦିଆଯିବ। ଆମେ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ଭାରତ ଯଦି ଯୁଦ୍ଧ କରେ ତେବେ ଜେହାଦିରେ ଜବାବ ଦେବାଛଡା ପାକିସ୍ତାନ ପାଖରେ ଅନ୍ୟ ବିକଳ୍ପ ନାହିଁ।

ସେ କହିଛନ୍ତି କାଶ୍ମୀର ଜନତାଙ୍କ ସହିତ ପାକିସ୍ତାନ ଛିଡା ହୋଇଥିବା ଏବେ ସାରା ବିଶ୍ୱ ଦେଖୁଛି। ତେଣୁ ଆମେ କାଶ୍ମୀର ଲୋକଙ୍କୁ ସହାୟତା କେବେ ବନ୍ଦ କରିବୁନି। ଭାରତ ଜମ୍ମୁ-କାଶ୍ମୀରକୁ ନେଇ ଯେଉଁ ପଦକ୍ଷେପ ନେଇଛି ତାହା ମିଳିତ ଜାତିସଂଘ ନିୟମର ଉଲଂଘନ ବୋଲି ଅଲବୀ କହିଛନ୍ତି।

Leave a Reply

Your email address will not be published. Required fields are marked *