Fri. Feb 21st, 2020

ମଦ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭୁବନେଶ୍ଵର : ବାସୁଦେବପୁର ପାରାପୋଖରୀ ଗାଁରେ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଓ ମଦ ବେପାର ବନ୍ଦ ଦାବିରେ ଗାଁ ଲୋକେ ଧାମରା-ଜାମୁଝାଡି ରାସ୍ତାର ପାରାପୋଖରୀ ଛକ ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ପାରାପୋଖରୀ ଗାଁର ନାରାୟଣ ନାୟକ ଗାଁରେ ବିକାଯାଉଥିବା ମଦ ପିଇଥିଲେ। ମଦ ପିଇବାର କିଛି ସମୟ ପରେ ଗୁରୁତର ହୋଇପଡିବାରୁ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତେଜିତ ଲୋକମାନେ ରାସ୍ତାରୋକ କରିଥିବା ବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ହାତିବେନି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *