Sat. Feb 22nd, 2020

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଧିଆ ଆହତ

ଭୁବନେଶ୍ଵର : କଟକ ସିଡିଏ ସେକ୍ଟର-୧୩ରେ ପୋଲିସ ଏନ୍‌କାଉଣ୍ଟର କରିଛି। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୁଧିଆ ଦାସ। ତାର ଡାହାଣ ଗୋଡରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ଖବ ଅନୁଯାୟୀ ବୁଧିଆକୁ ଧରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଚାଉଳିଆଗଞ୍ଜ ପୁଲିସ୍‌ ସିଡିଏ ସେକ୍ଟର-୧୩ ଅଞ୍ଚଳରେ ପୋଲିସ ଚଢଉ କରିଥିଲା। ବୁଧିଆ ପୋଲିସକୁ ଦେଖି ଗୁଳି ଚଳାଇବାରୁ ଏହାର ପାଲଟା ଜବାବରେ ପୋଲିସ ଏନ୍‌କାଉଣ୍ଟର କରିଥିଲା। ବୁଧିଆ ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଓ ୨ଟି ଗୁଳି ଜବତ କରିଛି।

Leave a Reply

Your email address will not be published. Required fields are marked *