Fri. Feb 21st, 2020

ପଶ୍ଚିମବଙ୍ଗରେ ଲାଗୁ ହେବନି ନୂଆ ମୋଟର ଯାନ ଆଇନ-ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ କରାଯିବ ନାହିଁ ବୋଲି କହିଛନ୍ତି। ଏହି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ କେନ୍ଦ୍ରର ଏହି କାନୁନ ଲୋକଙ୍କ ଉପରେ ବୋଝ। ଆମେ ଏହାକୁ ରାଜ୍ୟରେ ଲାଗୁ ହେବାକୁ ଦେବୁ ନାହିଁ।

ମମତା ବୁଧବାର କହିଛନ୍ତି କେନ୍ଦ୍ର ସରକାରଙ୍କ ନୂଆ ମୋଟର ଯାନ ଆଇନାକୁ ଯଦି ପଶ୍ଚିମବଙ୍ଗରେ ଲାଗୁ କରିବୁ ତେବେ ଲୋକଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ। ତେଣୁ ଆମେ ଲୋକଙ୍କୁ ଅପିଲ କରୁଛୁ ସେମାନେ ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚଳାଇ ନିଜର ଜୀବନ ବଞ୍ଚାନ୍ତୁ। ଏଥିରେ କିଛି ମାତ୍ରାରେ ଦୁର୍ଘଟଣା ଉପରେ ଅଙ୍କୁଶ ଲଗାଯାଇ ପାରିବ। ଆମେ ସଂସଦରେ ଏହି କାନୁନକୁ ବିରୋଧ କରିଥିଲୁ ବୋଲି ମମତା କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ସ୍ପଷ୍ଟ କରିଛନ୍ତି ମୋଟର ଯାନ ସଂଶୋଧିତ ବିଲରେ କୌଣସି ପରିବର୍ତ୍ତନ ହୋଇ ପାରିବ ନାହିଁ। ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ ସେମାନେ ଏହାକୁ ଲାଗୁ କରିବେ କି ନାହିଁ। କିନ୍ତୁ ଲୋକଙ୍କ ଜୀବନ ରକ୍ଷା କରିବା ଓ ସେମାନଙ୍କୁ ସଚେତନ କରିବାକୁ ଏହି ନିୟମ ଲାଗୁ କରିଛୁ।

Leave a Reply

Your email address will not be published. Required fields are marked *