Tue. Feb 18th, 2020

ରଣବୀର ଶ୍ରେଷ୍ଠ ଅଭିନେତା ଓ ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ : ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଆୱାର୍ଡ (ଆଇଆଇଏଫଏ)-୨୦୧୯ ଆୱାର୍ଡ ବୁଧବାର ପ୍ରଦାନ କରାଯାଇଛି। ଫିଲ୍ମ ପଦ୍ମାବତ ପାଇଁ ରଣବୀର ସିଂହଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିବା ବେଳେ ଫିଲ୍ମ ରାଜି ପାଇଁ ଆଲିଆ ଭଟ୍ଟଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ସେହିଭଳି ଅନ୍ଧାଧୂନ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ଶ୍ରୀରାମ ରଘୁବନଙ୍କୁ ମିଳିଥିବା ବେଳେ ବେଷ୍ଟ ଡିବଟ ପୁରୁଷ ଆୱାର୍ଡ ଈଶାନ ଖଟ୍ଟରଙ୍କୁ ଦିଆଯାଇଛି। ଧଡକ ପାଇଁ ଓ କେଦାରନାଥରେ ଅଭିନୟ କରିଥିବା ସାରା ଅଲିଙ୍କୁ ବେଷ୍ଟ ଡିବଟ (ମହିଳା ବର୍ଗ) ଆୱାର୍ଡ ମିଳିଛି। ବଲିଉଡର ବହୁପ୍ରତୀକ୍ଷିତ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବଜରଙ୍ଗୀ ଭାଇଜାନ ସଲମାନ ଖାନ।

Leave a Reply

Your email address will not be published. Required fields are marked *