Fri. Feb 21st, 2020

ବିବାହ ପାଇଁ ରାତିଅଧରେ ଖୋଲିଲା ମନ୍ଦିର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିବାହ ପାଇଁ ରାତିଅଧରେ ଖୋଲିଛି ମନ୍ଦିର। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ନିଜ ମହିଳା ସାଥୀଙ୍କୁ ବିବାହ କରିଛନ୍ତି କୁଶୀନଗରରେ ଜଣେ ପ୍ରଶାସନିକ ଅଧିକାରୀ। ପଡରୋନା ନଗରର ଗାୟତ୍ରୀ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ହୋଇଛି। ବିବାହରେ ସାକ୍ଷୀ ଭାବେ ପଡରୋନା ସଦର ଏସଡିଏମ୍‌ ରାମକେଶ ଯାଦବ ଓ ହାଟାର ଏସ୍‌ଡିଏମ୍‌ ପ୍ରମୋଦ ତିଓ୍ଵାରୀ ଉପସ୍ଥିତ ଥିଲେ। ସାକ୍ଷୀ ରହିଛନ୍ତି ପଡରୋନା ସଦର ଏସଡିଏମ୍‌ ରାମକେଶ ଯାଦବ ଓ ହାଟାର ଏସ୍‌ଡିଏମ୍‌ ପ୍ରମୋଦ ତିଓ୍ଵାରୀ। ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଖଡ୍ଡା ତହସିଲରେ ଏସ୍‌ଡିଏମ୍‌ ଥିବା ଦିନେଶ କୁମାରଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ ଆଣିଥିଲେ ବିବାହ ପ୍ରତିଶ୍ରୃତି ଦେଇ ଚାରି ବର୍ଷ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ଅଭିଯୋଗ ପରେ ଭୟଭୀତ ଏସ୍‌ଡିଏମ୍‌ ମହାଶୟ ଶୁକ୍ରବାର ବିଳମ୍ବିତ ରାତିରେ ପଡରୋନା ନଗରର ଗାୟତ୍ରୀ ମନ୍ଦିର ଦ୍ୱାର ଖୋଲିବାକୁ କହିଥିଲେ। ସେଠାରେ ହିନ୍ଦୁ ରୀତିନୀତି ଅନୁସାରେ ମହିଳା ସାଥୀଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *