ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ବାପାକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ : ତିନି ମାସର ଝିଅକୁ ୫୦ ବର୍ଷୀୟ ବାପାର ଦୁଷ୍କର୍ମ ଉଦ୍ୟମ । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ତାମିଲ୍‌ନାଡ଼ୁର ଭିଲେଟିରୁପୁର ଗ୍ରାମରେ । ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ବାପା ତାର ତିନି ମାସର ଝିଅକୁ ଯୌନ ନିର୍ଯାତନା ଦେବା ଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ ଘରେ ଛୋଟ ଝିଅଟିର ମା ନଥିବାର ସୁଯୋଗ ନେଇ ତାକୁ ଯୌନ ନିର୍ଯାତନା ଦେଇଥିଲା ଅଭିଯୁକ୍ତ ବାପା । ସେହି ସମୟରେ ତାର ମାଆ ଚାଲି ଆସିବାରୁ ଅଭିଯୁକ୍ତ ବାପା ଧରା ପଡ଼ିଯାଇଥିଲା । ସଙ୍ଗେ ସଙ୍ଗେ ଶିଶୁଟିର ମାଆ ତାକୁ ହସ୍ପିଟାଲ୍‌କୁ ନେଇ ଚିକିତ୍ସା କରିବା ସହିତ ଥାନାରେ ଏନେଇ ଏତଲା ଦେଇଥିଲା । ଯାହାକୁ ଆଧାର କରି ପୋଲିସ୍‌ ଅଭିଯୁକ୍ତ ବାପାକୁ ଗିରଫ କରିବା ସହିତ ପୋକ୍ସୋ ଆଇନ୍‌ର ବିଭିନ୍ନ ଧାରାରେ ତାକୁ କୋର୍ଟ ଚାଲାଣ କରିଥିଲା ।

ପରେ ଏହି ମାମଲାର ଜିଲ୍ଲା ମହିଳା କୋର୍ଟ ଶୁଣାଣୀ କରି ଅଭିଯୁକ୍ତ ବାପାକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଦେବା ସହିତ ୧ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହତ ତାମିଲ୍‌ନାଡ଼ୁ ସରକାର ଶିଶୁଟିର ମାଆକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

Leave a Reply

Your email address will not be published. Required fields are marked *

Back to top button