ଭାଲେଣ୍ଟାଇନ୍ ଡେ ପାଇଁ ପତ୍ନୀଙ୍କୁ ୧୦୦ କୋଟି ଟଙ୍କାର ଫ୍ଲାଟ୍ ଗିଫ୍ଟ

ମୁମ୍ବାଇ : ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ପତ୍ନୀ ମାନ୍ୟତାଙ୍କୁ ଖୁବ୍ ଭଲ ପାଆନ୍ତି । ସଞ୍ଜୟ ଭାଲେଣ୍ଟାଇନ୍ ଡେ ର ପୂର୍ବରୁ ମାନ୍ୟତାଙ୍କୁ ଚମତ୍କାର ଉପହାର ଦେଇଛନ୍ତି । ସଞ୍ଜୟ ଉପହାରରେ ମାନ୍ୟତାଙ୍କୁ ୪ଟି ଫ୍ଲାଟ୍ ଦେଇଛନ୍ତି । ଏହି ୪ଟି ଫ୍ଲାଟ ର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ । କିନ୍ତୁ ମାନ୍ୟତା ଏହି ଫ୍ଲାଟ୍ ସଞ୍ଜୟଙ୍କୁ ଫେରାଇ ଦେଇଛନ୍ତି ।

ସଞ୍ଜୟ ଗୋଟିଏ ବିଲଡିଙ୍ଗରେ ୪ଟି ଫ୍ଲାଟ୍ କିଣିଛନ୍ତି । ଏହି ଚାରୋଟି ଫ୍ଲାଟ ପାଲି ହିଲ୍ ସ୍ତିତ ଏମ୍ପରିଆଲ ହାଇଟ୍ସ ରେ ଅଛି । ଦୁଇଟି ଫ୍ଲାଟ୍ସ ଦ୍ୱିତୀୟ ଏବଂ ତୃତୀୟ ନମ୍ବର ଫ୍ଲୋରରେ ଥିବା ବେଳେ ବାକି ଦୁଇଟି ୧୧ ଏବଂ ୧୨ ନମ୍ବର ଫ୍ଲୋର ରେ ରହିଛି  । ସଞ୍ଜୟ ୨୩ ଡିସେମ୍ବର ରେ ମାନ୍ୟତାଙ୍କୁ ଏହି ଫ୍ଲାଟ୍ ଗିଫ୍ଟ କରିଥିଲେ କିନ୍ତୁ ମାନ୍ୟତା ୨୯ ଡିସେମ୍ବର ରେ ତାଙ୍କୁ ଫେରାଇ ଦେଇଥିଲେ । ମାନ୍ୟତା ଏହି ଫ୍ଲାଟ୍ ଟ୍ୟାକ୍ସ ସମ୍ବନ୍ଧିତ କାରଣରୁ ଫେରାଇ ଦେଇଥିଲେ ।

ଗତ ବର୍ଷ ସଞ୍ଜୟ ଦତ୍ତ କ୍ୟାନ୍ସରର ଶିକାର ହୋଇ ମୁମ୍ବାଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ଏବେ ସଞ୍ଜୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁଣି କାମ କରୁଛନ୍ତି । କାମ କଥା ଯଦି କୁହାଯାଏ ତେବେ ସଞ୍ଜୟ ଖୁବ୍ ଶୀଘ୍ର ଫିଲ୍ମ ‘କେଜିଏଫ୍ ଚ୍ୟାପ୍ଟର ୨’ ରେ ନଜର ଆସିବେ । ସଞ୍ଜୟ ଏଥିରେ ସାଉଥ ସୁପର ଷ୍ଟାର ୟସଙ୍କ ସହିତ ଦେଖାଯିବେ ।

Leave a Reply

Your email address will not be published. Required fields are marked *

Back to top button