ଆଚାର ଓ ଚଟଣିରେ ବଢିବ ଶିଶୁଙ୍କ ରୋଗ ପ୍ରତିଷେଧକ ଶକ୍ତି

କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଏବେ ଶିଶୁଙ୍କ ପାଇଁ ବଢ଼ିବାରେ ଲାଗିଛି। ଶିଶୁମାନଙ୍କ ଏହି ଲହର ଅଧିକ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ବହୁତ ଜରୁରୀ ପଡିଛି। କିନ୍ତୁ ଏହାକୁ ମଜବୁତ କରିବାକୁ ଫୁଡ ସପ୍ଲିମେଣ୍ଟ କିମ୍ବା କୌଣସି ମହଙ୍ଗା ଡାଏଟର ଆବଶ୍ୟକତା ନାହିଁ। ଘରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ଓ ସଠିକ ଜୀବନଶୈଳୀ ଦ୍ୱାରା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ରୁଜୁତା ଦିବେକର ଓ ତାଙ୍କ ଟିମ ପିଲାମାନଙ୍କ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏକ ଭିଡିଓ ଟିପ୍ସ ସେୟାର କରିଛନ୍ତି। ସେ ୫ଟି ଖାଦ୍ୟ ବିଷୟରେ କହିଛନ୍ତି। ଯାହାକୁ ବର୍ତ୍ତମାନ ସମୟରେ ପିଲାମାନଙ୍କ ଖାଦ୍ୟାରେ ସାମିଲ କରାଯିବା ଉଚିତ।

ପିଲାମାନଙ୍କୁ ଦୈନିକ ଯେକୌଣସି ମୌସୁମୀ ଫଳ କିମ୍ବା ଲୋକାଲ ଫଳ ଥରେ ଦିଅନ୍ତୁ। ଯଦି ଫଳ ଖାଇବା ପସନ୍ଦ ନୁହେଁ ତାହେଲେ ଅଳ୍ପ ଟିକେ ଖୁଆନ୍ତୁ। ଆଭୋକାଡୋ ଓ କିୱି ବଦଳରେ ଜାମୁକୋଳି, ଆମ୍ବ, ଅମୃତଭଣ୍ଡା, ବରକୋଳି ଭଳି ଫଳ ଖାଇବା ଭଲ। ସନ୍ଧ୍ୟାରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଦିଅନ୍ତୁ। ଏହି ସମୟରେ ପିଲାଙ୍କୁ କିଛି ମିଠା ଖାଦ୍ୟ, ସହଜରେ ହଜମ ହେଉଥିବା ଭାତ ଏବଂ ରାତିରେ ଡାଲି, ଭାତ ଓ କ୍ଷୀର ଜାତୀୟ ଖାଦ୍ୟ ଦେଇପାରିବେ।

ପିଲାଙ୍କୁ ପ୍ରତିଦିନ ଘର ତିଆରି ଆଚାର ବା ଚଟଣି ଦିଅନ୍ତୁ। ଏହା ପେଟରେ ଭଲ ବ୍ୟାକ୍ଟେରିଆ ବଢାଇଥାଏ। ପିଲାଙ୍କୁ ଦିନରେ କିଛି କାଜୁ ଖାଇବାକୁ ଦେଲେ ତାହା ସେମାନଙ୍କୁ ଏନର୍ଜେଟିକ ଓ ଆକ୍ଟିଭ ରଖିବାକୁ ସମସ୍ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯୋଗାଇଥାଏ।

ପିଲାଙ୍କୁ ସୁସ୍ଥ ରଖିବାକୁ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଶୋଇବା ସମୟସୀମା ରହିବା ଆବଶ୍ୟକ। ରାତିରେ ଅଧିକ ସମୟ ଯାଏଁ ଚେଇଁବା ଓ ସକାଳେ ବିଳମ୍ବରେ ଉଠିବା ଭଲ ନୁହେଁ। ପିଲା ୮ ଘଣ୍ଟା ଶୋଇବା ଉଚିତ। ୮ ଘଣ୍ଟା ଶୋଉଥିବା ଶିଶୁଙ୍କ ମଧ୍ୟରେ ମୋଟାପଣ କମ ଦେଖିବାକୁ ମିଳିଥାଏ। ଏଥିସହ ଜଙ୍କ ଫୁଡ ଖାଇବା ଇଚ୍ଛା ମଧ୍ୟ କମ ହୋଇଥାଏ। ଏହାଛଡା ସୁସ୍ଥ ପାଇଁ ପ୍ରତିଦିନ ପିଲା ଶାରୀରିକ ବ୍ୟାୟାମ କରିବା ଉଚିତ।

ଅଧ୍ୟୟନ ଅନୁଯାୟୀ ପିଲାମାନେ ସପ୍ତାହକୁ ୩ ଦିନ ଏରୋବିକ୍ସ କରିବା ଆବଶ୍ୟକ। ଅନ୍ୟ ୩ ଦିନ ମାଂସପେଶୀ ଓ ହାଡ ମଜବୁତ କଲାଭଳି ବ୍ୟାୟାମ କରିବା ଉଚିତ। ଏରୋବିକ୍ସ କରିବା ଦ୍ୱାରା ହାର୍ଟ ସୁସ୍ଥ ରହେ ଓ ଶରୀରରେ ଅକ୍ସିଜେନ ସଞ୍ଚାଳନ ଭଲ ଭାବେ ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button