ଆଚିଭର ମିଟ୍ -୨୦୨୦ ଅନୁଷ୍ଠିତ

ଭୁବନେଶ୍ୱର : କରୋନା ସମୟରେ ଡାକ୍ତର ହେଉଛନ୍ତି ମଣିଷ ରୂପୀ ଭଗବାନ। ଡାକ୍ତରର ଅଭାବ ପୁରଣ ପାଇଁ ଅଭିନବ କାର୍ଯ୍ୟ କରିଛି ବେଂଚ ମାର୍କ କ୍ଲାସେସ୍। ଡାକ୍ତରୀ ପାଠ ପଡ଼ୁଥିବା ତଥା ନିଟ୍ ପରୀକ୍ଷାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ହୋଇଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆଚିଭର ମିଟ୍ -୨୦୨୦ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ଅବସରରେ ନାଗେଶ୍ୱରଟାଙ୍ଗୀସ୍ଥିତ ପେସ୍ ଏକାଡେମୀ ପରିସରରେ ଡାକ୍ତରୀ ପାଠ ପଡ଼ୁଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ନୂତନ ଡାକ୍ତରୀ ଛାତ୍ର ସୃଷ୍ଟି କରିବା ପାଇଁ ଚାଲିଥିବା ବେଂଚ ମାର୍କ କ୍ଲାସେସ୍ ଏହି ସମ୍ବର୍ଦ୍ଧନା ଉତ୍ସବରେ ରୋଟାରୀ କ୍ଲବ ଭୁବନେଶ୍ୱର ଅଫ୍ କ୍ୟାପିଟାଲ ଓ ଇଂଟ୍ରାକ୍ଟ କ୍ଲବ ଅଫ୍ ପେସ୍ ଏକାଡେମୀ ସହଯୋଗ କରିଥିଲେ । ଏଥିରେ ଭର୍‌ଚୁଆଲ ମିଟିଂରେ ମୁଖ୍ୟ ଅତଥି ଭାବେ ରୋଟାରୀ ଜିଲ୍ଲା ଗଭର୍ନର ସୌମ୍ୟ ମିଶ୍ର, ସମ୍ମାନୀୟ ଅତିଥି ଭାବେ ଟୋରଟାରୀ କ୍ଲବ ଅଫ୍ ଭୁବନେଶ୍ୱର କ୍ୟାପିଟାଲର ସଭାପତି ପୃଥୀବ୍‌ରାଜ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିରେ ବେଂଚ୍ ମାର୍କ କ୍ଲାସେସ୍‌ର ଅଧ୍ୟକ୍ଷ ରୋଟାରିଆନ୍ ପ୍ରସନ୍ନ କୁମାର ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ତୁଷାର ବେଉରା, ରାକେଶ କୁମାର, ପ୍ରଣମ ମଣ୍ଡଳ, ଡ଼ ସନ୍ତୋଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନିର୍ଦ୍ଦେଶକ ଦିପକ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।

ମତାମତ ଦିଅନ୍ତୁ ।