Breaking Newsରାଜ୍ୟ

ଆଦିତ୍ୟଙ୍କ ମୃତ୍ୟୁର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରାଯାଉ। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ ଲେଖିଛନ୍ତି ଜଣେ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଲୋକଙ୍କ ମନରେ ଅନେକ କଥା ବସା ବାନ୍ଧିଛି। ଆତ୍ମହତ୍ୟା ଅପେକ୍ଷା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଜିଆରପି ଏହି ଘଟଣାର ତଦନ୍ତ କରୁଛି। କିନ୍ତୁ ଏହା ଜନସାଧାରଣଙ୍କୁ ସନ୍ତୁଷ୍ଟ କରିପାରୁନାହିଁ। ତେଣୁ ଭୁବନେଶ୍ୱର-କଟକ ପୋଲିସ କମିସନରଙ୍କୁ ଏହାର ତଦନ୍ତ ଦାୟିତ୍ଵ ଦେବା ସହିତ ଜିଆରପି ସହ ମିଳିତ ତଦନ୍ତ କରାଇବାକୁ ଶ୍ରୀ ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି।

ମତାମତ ଦିଅନ୍ତୁ ।

Back to top button