ଆଇଏଏସ ବିଶ୍ୱରଞ୍ଜନଙ୍କୁ ଉତ୍ତର ବିଧାୟକଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଦୃଢ ଇଚ୍ଛାଶକ୍ତ ଓ ଅଧ୍ୟବସାୟ ଆଗରେ ଦାରିଦ୍ର୍ୟ କିପରି ହାରମାନେ। ଏହା ପ୍ରମାଣିତ କରିଛନ୍ତି ଶ୍ରୀକୁମାର ବିଶ୍ୱରଞ୍ଜନ। ନିଜର ସୀମିତ ଆୟ ଭିତରେ ଅଭାବ ଅନଟନରେ ଚଳୁଥିବା ବେଳେ ବାପା ବେଣୁଧର ପୁଅକୁ କରିପାରିଛନ୍ତି ଆଇଏଏସ। ଏହା ଭଗବାନଙ୍କ ଅଶେଷ କରୁଣା ଓ ପୁଅର ଇଚ୍ଛାଶକ୍ତି ଯୋଗୁ ସମ୍ଭବ ହୋଇଛି।

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଏମସି ୧୪ ନମ୍ବର ୱାର୍ଡର ନିଳାଦ୍ରୀ ବିହାରରେ ରହୁଛନ୍ତି ଥିବା ବେଣୁଧର ଭୋଳ ଓ ପତ୍ନୀ ମୀନତି ଭୋଳ। ପେଷା ଦର୍ଜୀ କାମ। ସୀମିତ ଆୟରେ ଚଳାଉଥିଲେ ପରିବାର। ପତ୍ନୀ ମୀନତି ପ୍ରତି କ୍ଷେତ୍ରରେ କରୁଥିଲେ ସ୍ୱାମୀଙ୍କୁ ସହାୟତା। ସେମାନଙ୍କର ସୁଯୋଗ୍ୟ ସନ୍ତାନ ଶ୍ରୀକୁମାର ବିଶ୍ୱରଞ୍ଜନ ନିଜର ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୮୨ ସ୍ଥାନରେ ରହିଛନ୍ତି। ରାଜ୍ୟର ଏହି ସୁଯୋଗ୍ୟ ସନ୍ତାନକୁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସମାଜସେବୀ ସୁବାସ ଚନ୍ଦ୍ର ପାତ୍ର ଓ ଯୁବନେତା ମନୋଜ କୁମାର ସାହୁ ଶ୍ରୀକୁମାରଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି।

ମତାମତ ଦିଅନ୍ତୁ ।