ଆଇପିଏଲ୍‌ ବେଟିଂ ଅଭିଯୋଗରେ ୬ ଗିରଫ

ବ୍ରଜରାଜନଗର : ଝାରସୁଗୁଡ଼ା ପୋଲିସ ଆଇପିଏଲ୍‌ ମ୍ୟାଚ୍‌କୁ ନେଇ ବେଟିଂ ଅଭିଯୋଗରେ ବେଲପାହାଡ଼ ଅଞ୍ଚଳରୁ ୬ ଜଣ ଗିରଫ କରିଛି।

ଖବର ଅନୁଯାୟୀ ମୁମ୍ବାଇ ଇଣ୍ଡିଆନ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ଗୁରୁବାର ହେଉଥିଲା ଆଇପିଏଲ୍‌ର କ୍ଵାଟର୍‌ ଫାଇନାଲ୍‌। ଏହି ମ୍ୟାଚକୁ ନେଇ ବେଲପାହାଡ଼ର ଏକ ହୋଟେଲ୍‌ରେ ବେଟିଂ ଚାଲୁଥିବା ପୋଲିସକୁ ମିଳିଥିଲା ସୂଚନା। ବ୍ରଜରାଜନଗର ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ତତ୍ତ୍ଵାବଧାନରେ ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା, ବ୍ରଜରାଜନଗର ଏସ୍‌ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ ପ୍ରମୁଖ ପୋଲିସ ଟିମ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଥିଲେ।

ଗିରଫ ବ୍ୟକ୍ତିମାନେ ହେଲେ ଛତିଶଗଡ଼ ରାୟଗଡ ଜିଲ୍ଲାର ପ୍ରଦୀପ ପଟେଲ, ଆରିଫ ଅହମ୍ମଦ, ମହମ୍ମଦ ୱାସିମ, ବିଜୟ ଶର୍ମା, ସେର ଖାଁ, ଜଗନ୍ନାଥ ସିଂହ। ସେମାନଙ୍କ ନିକଟରୁ ୧ ଲକ୍ଷ ୧ ହଜାର ୩ ଶହ ଟଙ୍କା ସମେତ ଗୋଟିଏ ଲାପଟପ୍‌, ୨ଟି ଟାବ୍‌ଲେଟ୍‌, ୨୦ଟି ମୋବାଇଲ ଓ ଗୋଟିଏ କାର୍‌ ଜବତ କରାଯାଇଛି। ଅଭିଯୁକ୍ତମାନେ ଛତିଶଗଡ଼ରୁ ୪ ତାରିଖରୁ ବେଲପାହାଡ଼ ଆସି ହୋଟେଲରେ ରହିଥିଲେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।