ଆଇସକ୍ରିମ ଷ୍ଟିକ କଣ୍ଟେନର ଭିତରେ ବିଦେଶୀ ମଦ : ୨ ଗିରଫ

ପାଟନା : ହାଜିପୁର-ମୁଜାଫରପୁର ଏନଏଚରେ ଗାଡି ଯାଞ୍ଚ ଅଭିଯାନ ସମୟରେ ହରିୟାଣାରୁ ଲକ୍ଷ ଲକ୍ଷ ଟଙ୍କା ମଦ ଜବତ କରିଛି ବିହାର ବୈଶାଲୀ ଜିଲ୍ଲା ପୋଲିସ। ଏହି ଘଟଣାରେ ଦୁଇ ଚୋରା ଚାଲାଣକାରୀ ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ ମଦ ଚୋରା ଚାଲାଣକାରୀମାନେ ଆଇସ୍କ୍ରିମ କାଠି ନେଇଯାଉଥିବା ଗାଡିରେ ୧୦୦୦ କାର୍ଟୁନ ବିଦେଶୀ ମଦ ଚାଲିଣ କରୁଥିଲେ। ହାଜିପୁର-ମୁଜାଫରପୁର ଏନଏଚର ଏକ ହୋଟେଲ ନିକଟରେ ପୋଲିସ ହରିୟାଣା ନମ୍ବର ଦେଖି ଗାଡିଟିକୁ ଅଟକାଇଥିଲା। କାଗଜପତ୍ର ଯାଞ୍ଚ ବେଳେ ସନ୍ଦେହ ହେବାରୁ ଗାଡି ଚେକିଂ କରିବାରୁ ବିପୁଳ ପରିମାଣ ମଦ ଥିବା ଜଣାପଡିଥିଲା। ଏହି ମାମଲାରେ ଦୁଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button