ଆଇସଲାଣ୍ଡର ଆଗ୍ନେୟଗିରିରେ ବିସ୍ଫୋରଣ

0

ନୂଆଦିଲ୍ଲୀ : ଆଇସଲ୍ୟାଣ୍ଡର ରାଜଧାନୀ ରେକାଭିକ୍‌ଠାରୁ ପ୍ରାୟ ୩୨ କିଲୋମିଟର ଦୂରରେ ରହିଛି ଫଗରାଡଲ୍ସ ପାହାଡ। ଏଥିରେ ଥିବା ଆଗ୍ନେୟଗିରିରେ ବିସ୍ଫୋରଣରେ ହୋଇଛି। ଦୀର୍ଘ ବର୍ଷର ବ୍ଯବଧାନ ପରେ ଏପରି ଘଟଣା ଘଟିଛି।

ଆସୋସିଏଟେଡ୍ ପ୍ରେସର ରିପୋର୍ଟ ଅନୁଯାୟୀ ଶୁକ୍ରବାର ସ୍ଥାନୀୟ ସମୟ ରାତି ୮ଟା ୪୫ ମିନିଟରେ ଜ୍ଵଳାମୁଖୀରୁ ଲାଭା ବାହାରିଥିଲା। ରେକାଭିକ୍‌ ଅଞ୍ଚଳରେ ଏପରି ଘଟଣା ସାଧାରଣ କଥା ନୁହେଁ। ୭୮୧ ବର୍ଷ ପୂର୍ବେ ପ୍ରଥମେ ଜ୍ଵଳାମୁଖୀରେ ବିସ୍ଫୋରଣ ହୋଇଥିଲା। ସେହିଦିନ ଠାରୁ ଏହି ଘଟଣା ଘଟିନଥିଲା।

ଆଇସଲାଣ୍ଡର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଜ୍ଵଳାମୁଖୀରେ ହେଉଥିବା ବିସ୍ଫୋରଣ ଛୋଟ ଧରଣର। ତେଣୁ ସ୍ଥାନୀୟ ଲୋକଙ୍କୁ ଘର ଖାଲି କରିବା ଦରକାର ନାହିଁ। କାରଣ ଫଗରାଡଲ୍ସ ପାହାଡରେ ହୋଇଥିବା ଜ୍ଵଳାମୁଖୀ ବିସ୍ଫୋରଣ ଠାରୁ ନିକଟସ୍ଥ ସହରର ଦୂରତ୍ଵ ପ୍ରାୟ ୧୦ କିଲୋମିଟର। ଏହାସତ୍ତ୍ଵେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ୟାଟରିନ୍ ଜାକୋବସଡୋଟି ଟୁଇଟ୍ କରି କହିଛନ୍ତି ଲୋକମାନେ ସେହି ଅଞ୍ଚଳକୁ ନଯାଇ ସୁରକ୍ଷିତ ରୁହନ୍ତୁ।

ଅନ୍ୟପକ୍ଷରେ ଅଧିକାରୀମାନେ ଆଖପାଖର କିଛି ରାସ୍ତାକୁ ବନ୍ଦ କରିଦେଇଛନ୍ତି। ଲୋକଙ୍କୁ ପ୍ରଦୂଷଣ ବଢିବାର ଚେତାବନୀ ଦିଆଯାଇଛି। ତେବେ ଆଇସଲ୍ୟାଣ୍ଡର ଏୟାର ଟ୍ରାଫିକରେ କୌଣସି ପରିବର୍ତ୍ତନ ନିର୍ଦ୍ଦେଶ ଦିଆଯାଇନଥିବା ବେଳେ ଅଧିକାରୀମାନେ ରାତିସାରା ଜ୍ଵଳାମୁଖୀ ଉପରେ ନଜର ରଖିଛନ୍ତି।

Leave A Reply

Your email address will not be published.