ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମର୍ଚ୍ଚାଣ୍ଟ ଷ୍ଟାକ୍‌ର ଶୁଭାରମ୍ଭ

0

ଭୁୁବନେଶ୍ୱର : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମର୍ଚ୍ଚାଣ୍ଟ ଷ୍ଟାକ୍‌ର ଶୁଭାରମ୍ଭ ହୋଇଛି। ଏହା ରିଟେଲ୍ ବ୍ୟବସାୟୀଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଭାରତର ସବୁଠୁ ବ୍ୟାପକ ଡିଜିଟାଲ୍ ଓ ସ୍ପର୍ଶବିହୀନ ବ୍ୟାଙ୍କିଙ୍ଗ୍ ପ୍ଲାଟ୍‌ଫର୍ମ। ଏହି ପ୍ଲାଟ୍‌ଫର୍ମ ଜରିଆରେ ଗ୍ରୋସରି ଦୋକାନ, ସୁପର୍ ମାର୍କେଟ, ବଡ଼ ରିଟେଲ୍ ଷ୍ଟୋର୍ ଶୃଙ୍ଖଳା, ଅନ୍‌ଲାଇନ୍‌ରେ କାରବାର କରୁଥିବା ବ୍ୟବସାୟୀ ଓ ବଡ଼ ଇ-କମର୍ସ କଂପାନିଗୁଡ଼ିକ ସେମାନଙ୍କ ବ୍ୟାଙ୍କିଙ୍ଗ୍ ଆବଶ୍ୟକତାକୁ ପୂରଣ କରିବାରିବେ। ଏଥିସହ ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଗ୍ରାହକଙ୍କୁ ସେବା ଯୋଗାଇବା ଜାରି ରଖିପାରିବେ।

“ଯତ୍ନର ସହ ବ୍ୟବସାୟ’ ପାଇଁ ବ୍ୟାଙ୍କର ଥିବା ଦର୍ଶନ ଅନୁସାରେ ଏହି ନୂଆ ଅଭିଯାନ ଆରମ୍ଭ କରାଯାଇଛି। ଯାହା ଜରିଆରେ ବ୍ୟବସାୟୀମାନେ ବ୍ୟାଙ୍କର ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ ଇନ୍‌ଷ୍ଟାବିଜ୍‌ରେ ଏହସବୁ ସେବା ତୁରନ୍ତ ପାଇପାରିବେ। ମର୍ଚ୍ଚାଣ୍ଟ ଷ୍ଟାକ୍‌ରେ ମିଳିବାକୁ ଥିବା ସେବା ଗୁଡ଼ିକ ହେଲା “ସୁପର୍ ମର୍ଚ୍ଚାଣ୍ଟ କରେଣ୍ଟ ଆକାଉଣ୍ଟ ନାମକ ନୂଆ ଆକାଉଣ୍ଟ। ମର୍ଚ୍ଚାଣ୍ଟ ଓଭର୍‌ଡ୍ରାଫ୍‌ଟ ଓ ଏକ୍ସପ୍ରେସ୍ କ୍ରେଡିଟ୍ ଭଳି ଦୁଇ ଇନ୍‌ଷ୍ଟା କ୍ରେଡିଟ୍ ସୁବିଧା। ଉଭୟ ପିଓଏସ୍ କାରବାର ଭିତ୍ତିକ ଏବଂ ଶିଳ୍ପର ପ୍ରଥମ। ଡିଜିଟାଲ୍ ଷ୍ଟୋର୍ ମ୍ୟାନେଜମେଣ୍ଟ ସୁବିଧା। ଶିଳ୍ପର ପ୍ରଥମ ସ୍ୱତନ୍ତ୍ର ଲୟାଲ୍‌ଟି ରିୱାଡ୍‌ର୍ସ୍ ପ୍ରୋଗ୍ରାମ୍‌। ବିଭିନ୍ନ ଇ-କମର୍ସ ସଂସ୍ଥା ଓ ଡିଜିଟାଲ୍ ମାର୍କେଟିଂ ପ୍ଲାଟ୍‌ଫର୍ମ ଆଦି ସହ ସହବନ୍ଧନ ଭଳି ମୂଲ୍ୟଯୁକ୍ତ ସେବା।

ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ଅନୁପ ବାଗ୍‌ଚୀ, କହିଛନ୍ତି ଆମେ ସବୁବେଳେ ବିଶ୍ୱାସ କରୁ ସ୍ୱାବଲମ୍ବୀ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ। ଏହି କ୍ଷେତ୍ରର ଏକ ବଡ଼ ଭାଗ ହେଉଛନ୍ତି ଖୁଚୁରା ବ୍ୟବସାୟୀ। ଦେଶରେ ୨ କୋଟିରୁ ଅଧିକ ବ୍ୟବସାୟୀ ରହିଛନ୍ତି ଯେଉଁମାନେ ୨୦୨୦ରେ ପ୍ରାୟ ୭୮୦ ବିଲିଅନ୍ ଡଲାର୍‌ର କାରବାର କରିଥିଲେ। ଆଗାମୀ ବର୍ଷଗୁଡ଼ିକରେ ସେମାନେ ଆହୁରି ଅଗ୍ରଗତି କରିବେ ବୋଲି ଆଶା ରହିଛି। ମହାମାରୀ ଭଳି ଏହି ଆହ୍ୱାନୂପୂର୍ଣ୍ଣ ସମୟରେ ଆମେ ବ୍ୟବସାୟୀମାନଙ୍କୁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଲାଗି ଉଦ୍ୟମ କରୁଛୁ ଯାହା ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବାରେ ସେମାନଙ୍କୁ ସହାୟକ ହେବ। ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ଆପଲ୍ ଆପ୍ ଷ୍ଟୋର୍‌ରୁ ଇନ୍‌ଷ୍ଟାବିଜ୍ ଆପ୍ ଡାଉନ୍‌ଲୋଡ୍ କରି ମର୍ଚ୍ଚାଣ୍ଟମାନେ ମର୍ଚ୍ଚାଣ୍ଟ ଷ୍ଟାକ୍‌କୁ ବ୍ୟବହାର କରିପାରିବେ। ବ୍ୟାଙ୍କର ଗ୍ରାହକ ହୋଇନଥିବା ବ୍ୟବସାୟୀମାନେ ମଧ୍ୟ ଏହାକୁ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିପାରିବେ। ବ୍ୟାଙ୍କର କର୍ପୋରେଟ୍ ଇଣ୍ଟର୍‌ନେଟ୍ ବ୍ୟାଙ୍କିଙ୍ଗ୍ ପ୍ଲାଟ୍‌ଫର୍ମରେ ମର୍ଚ୍ଚାଣ୍ଟ ଷ୍ଟାକ୍ ସୁବିଧା ମିଳିବ।

Leave A Reply

Your email address will not be published.