Breaking Newsଅପରାଧ

ଆଇସୋଲେସନ ୱାର୍ଡରେ ଯୌନ ନିର୍ଯାତନା

ନୋଏଡା : କରୋନାରେ ଆକ୍ରାନ୍ତ ମହିଳାଙ୍କୁ ଆଇସୋଲେସନ ୱାର୍ଡରେ ଯୌନ ନିର୍ଯାତନା। ନୋଏଡାର ଏକ ଘରୋଇ ହସ୍ପିଟାଲରେ ସୋମବାର ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୀଡିତାଙ୍କ ଅଭିଯୋଗ ଅନୁସାରେ ଏକ୍ସପ୍ରେସ ୱେ ପୋଲିସ୍‌ ମାମଲା ରୁଜୁ କରିଛି।

ବରିଷ୍ଠ ପୋଲିସ ଅଧିକାରଙ୍କ ସୂଚନା ହେଲା ଅଭିଯୁକ୍ତ ଜଣଙ୍କ ଜଣେ ଡାକ୍ତର। ସେ କରୋନାରେ ଆକ୍ରାନ୍ତ ହେବାରୁ ତାଙ୍କୁ ଆଇସୋଲେସନ ୱାର୍ଡକୁ ଅଣାଯାଇଥିଲା। ମହିଳା ଜଣଙ୍କ ମଧ୍ୟ ସେଇ ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ନିୟମ ଉଲ୍ଲଙ୍ଘନ କରି ପୁରୁଷ ଓ ମହିଳାଙ୍କୁ ଗୋଟିଏ ୱାର୍ଡରେ ଆଡମିଟ୍‌ କରାଇଥିବାରୁ ଥିବାରୁ ଏହି ଘଟଣା ଘଟିଛି। ମହିଳା ଜଣଙ୍କ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଏବେ ଆଇସୋଲେସନ ୱାର୍ଡରେ ରହିଥିବାରୁ ପୋଲିସ ସେଠାରେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button