Breaking Newsଅପରାଧ

ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଆଇଟିଡିଏର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନଙ୍କୁ ଭିଜିଲାନସ ଗିରଫ କରିଛି। ଗତକାଲି ସରକାରୀ ଗାଡିରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ନେଉଥିବା ବେଳେ ଧରାପଡିଥିଲେ। ଏହି ଟଙ୍କାର ଉତ୍ସ ନେଇ ଆଜି ଭିଜିଲାନସ ବିଭାଗ ତଦନ୍ତ କରଯାଇଥିଲା। କିନ୍ତୁ ଜଣାପଡିଛି ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୧୫ ଦିନ ମଧ୍ୟରେ କୌଣସି ବ୍ୟାଙ୍କରୁ ଟଙ୍କା ଉଠାଇ ନାହାନ୍ତି। ତେବେ ଏହି ଟଙ୍କା କେଉଁଠୁ ଆଣିଲେ ତାହାର ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ଆଜି ତାଙ୍କୁ ଗିରଫ କରାଯାଇ ଜୟପୁର କୋର୍ଟକୁ ଚାଲାଣ କରାଯାଇଛି।

ମତାମତ ଦିଅନ୍ତୁ ।

Back to top button