ଆଜରବୈଜାନ ସପକ୍ଷରେ ଯୁଦ୍ଧକଲେ ପାକ୍ ସେନା ଓ ଆଇଏସଆଇଏସ

ବକୁ : ଆଜରବୈଜାନ-ଆର୍ମେନିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି। ଏହିଭଳି ଏକ ସମୟରେ ପାକିସ୍ତାନୀ ସେନା ଓ ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଇସ୍ଲାମିକ ଷ୍ଟେଟ୍‌ (ଆଇଏସଆଇଏସ୍‌) ଆଜରବୈଜାନ ସପକ୍ଷରେ ଯୁଦ୍ଧରେ ସାମିଲ ହୋଇଛନ୍ତି। ଯାହାଫଳରେ ପରିସ୍ଥିତି ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆଜରବୈଜାନ ଇସ୍ଲାମ ବହୁଳ ଦେଶ ହୋଇଥିବା ବେଳେ ଆର୍ମେନିଆ ଏକ ଇସାୟୀ ରାଷ୍ଟ୍ର। କିନ୍ତୁ ପାକିସ୍ତନ ସେନା ଆର୍ମେନିଆର ମୁକାବିଲା କରିବା ଏବେ ଧାର୍ମିକ ଯୁଦ୍ଧରେ ରୂପାନ୍ତରିତ ହୋଇଛି।

ନାଗୋର୍ଣ୍ଣୋ-କରବାଖ କ୍ଷେତ୍ରରେ ଏପର୍ଯ୍ୟନ୍ତ ଆର୍ମେନିଆର ଅନୁନ୍ୟ ୨ହଜାର ୩୦୦ ଆର୍ମେନିୟ ସୈନିକଙ୍କୁ ନିପାତ କରିଥିବା ଆଜରବୈଜାନ ପ୍ରତିରକ୍ଷାମନ୍ତ୍ରାଳୟ ବୁଧବାର ଦାବି କରିଛି। ସେପ୍ଟେମ୍ବର ୨୭ ତାରିଖରୁ ଏହି କ୍ଷେତ୍ରରେ ଏତିକି ସଂଖ୍ୟକ ସୈନିକ ହୁଏତ ନିପାତ ହୋଇଛନ୍ତି କିମ୍ବା ଆହତ ହୋଇଥାଇପାରନ୍ତି ବୋଲି କୁହାଯାଇଛି। ଏହାଛଡା ଆର୍ମେନିଆର ୧୩୦ ଟ୍ୟାଙ୍କ, ୨୦୦ରୁ ଅଧିକ ତୋପ, କ୍ଷେପଣାସ୍ତ୍ର, ମୋର୍ଟାର ଲଞ୍ଚର, ୨୫ଟି ଆକାଶୀୟ ପ୍ରତିରକ୍ଷା ପ୍ରଣାଳୀ, ୬ଟି କମାଣ, ୫ଟି ଗୋଳାବାରୁଦ ଡିପୋ, ଅନ୍ୟାନ୍ୟ ୫୦ଟି ଅସ୍ତ୍ରଶସ୍ତ୍ର ସମେତ ୫୫ଟି ଅଟୋମୋବାଇଲକୁ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ଆଜରବୈଜାନର ମୁକାବିଲା ପାଇଁ ଆର୍ମେନିଆ ଦେଶର ପୁରୁଷମାନଙ୍କୁ ଏକଜୁଟ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ନାଗର୍ଣ୍ଣୋ-କରବାଖକୁ ନେଇ ଆର୍ମେନିଆ ଓ ଆଜରବୈଜାନ ୧୯୮୮ ମସିହାରୁ ସଂଘର୍ଷ କରୁଛନ୍ତି। ୧୯୯୪ ମସିହାରେ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧବୀରାମ ଲାଗି ରାଜିନାମା ହୋଇଥିଲା। ତେବେ ଗତ ରବିବାର ଠାରୁ ନାଗର୍ଣ୍ଣୋରେ ପୁଣି ଉତ୍ତେଜନା ଉପୁଜିଛି। ୧୯୯୧ ମସିହାରେ ଆର୍ମେନିଆ ନିଜକୁ ଆଜରବୈଜାନ ଓ ସୋଭିଏତ୍ ସଂଘରୁ ସ୍ୱାଧୀନ ଘୋଷଣା କରିଥିଲା। ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟେରେସ୍ ଆଜରବୈଜାନ ଓ ଆର୍ମେନିୟ ନେତାଙ୍କୁ ତୁରନ୍ତ ନାଗର୍ଣ୍ଣୋ କରବାଖ ଯୁଦ୍ଧକ୍ଷେତ୍ରର ସମ୍ପର୍କ ରେଖାରେ ସଂଘର୍ଷବିରାମ ଘୋଷଣା କରିବାକୁ କହିଛନ୍ତି।

ମତାମତ ଦିଅନ୍ତୁ ।