Breaking Newsରାଜ୍ୟ

ଆଜି ରାତି ୧୦ଟାରୁ ସକାଳ ୫ଟା ରାଜ୍ୟରେ ନାଇଟ କର୍ଫ୍ୟୁ

ଭୁବନେଶ୍ଵର : ବ୍ରିଟେନରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ ଏବେ ସମଗ୍ର ବିଶ୍ଵରେ ଚିନ୍ତା ବଢ଼ାଇଛି। ଓଡ଼ିଶାକୁ ବ୍ରିଟେନରୁ ଫେରିଛନ୍ତି ୧୮୮ଜଣ ଯାତ୍ରୀ। ନୂଆବର୍ଷ ଅବସରରେ ଏହି ଭୂତାଣୁ ବ୍ୟାପିବାର ଅଧିକ ଆଶଙ୍କା ଥିବାରୁ ରାଜ୍ୟସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଏହି କଟକଣା ଗୁରୁବାର ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। କର୍ଫ୍ୟୁ ସମୟରେ ଜରୁରୀକାଳିନ ସେବା ଜାରି ରହିବ। ତବେ ନିୟମ ଉଲ୍ଲଂଘନ ନ କରିବାକୁ ରାଜ୍ୟବାସୀଙ୍କ ସରକାର ନିଦେବନ କରିଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଟୁଇଟ କରି କହିଛନ୍ତି ସାରା ରାଜ୍ୟରେ ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ରାଜ୍ୟବାସୀଙ୍କୁ ସହଯୋଗ କରିବାକୁ ଅନୁରୋଧ। କର୍ଫ୍ୟୁ ସମୟରେ ଜରୁରୀକାଳିନ ସେବା ଜାରି ରହିବ। ସେହିପରି ନାଇଟ କର୍ଫ୍ୟୁ ସହ ସଂକ୍ରମଣକୁ ରୋକିବା ପାଇଁ ଜିରୋନାଇଟ୍‌ ସେଲିବ୍ରେସନ୍ ଉପରେ କଟକଣା ଲାଗିଛି। ଘରେ ପରିବାର ସହ ନୂଆବର୍ଷ ପାଳନ କରିବା ସହ ଭିଡ଼ ନ ଜମାଇବା ପାଇଁ ରାଜ୍ୟବାସୀଙ୍କୁ ରାଜ୍ୟ ସରକାର ନିବେଦନ କରିଛନ୍ତି। ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।

ମତାମତ ଦିଅନ୍ତୁ ।

Back to top button