ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ବାରିପଦା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ଜାତୀୟ ଉଦ୍ୟାନ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ଭିତରେ ଅନେକ ଗାଁ, ଗଣ୍ଡା ଥିବାରୁ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପଥକୁ ବନ୍ଦ କରାଯାଇଛି। ଏହି ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଉପ କ୍ଷେତ୍ର ନିର୍ଦେଶକ ଏମ. ୟଗଜୟାନନ୍ଦ।

ସାଧାରଣତଃ ବର୍ଷାଦିନ ଅଗମଙ୍କୁ ଲକ୍ଷ୍ୟକରି ଜୁନ୍ ୧୫ ରେ ଶିମିଳିପାଳର ଗେଟ୍ ବନ୍ଦ କରାଯାଇଥାଏ। କିନ୍ତୁ କୋଭିଡ ପରିସ୍ଥିତିକୁ ଦେଖି ଆଜିଠାରୁ ଗେଟ ବନ୍ଦ ଘୋଷଣା ହୋଇଛି। ଆଗକୁ କରୋନା ସ୍ଥିତିକୁ ଦେଖି ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button