ଆଖି ମାରିବା ଓ ଫ୍ଲାଇଂ କିସ୍ ପାଇଁ ଏକବର୍ଷ ଜେଲଦଣ୍ଡ

ମୁମ୍ବାଇ : ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍ ଦେବା ଘଟଣାରେ ଲାଗିଛି ପୋକ୍ସୋ ଆକ୍ଟ। ଏହି ଅନୁଯାୟୀ ମୁମ୍ବାଇରେ ଜଣେ ୨୦ ଜଣେ ଯୁବକଙ୍କୁ ଏକବର୍ଷ ଜେଲଦଣ୍ଡ ହୋଇଛି।

ଖବର ଅନୁଯାୟୀ ୨୦୨୦ ଫେବ୍ରୁଆରୀ ୨୯ ତାରିଖରେ ସମ୍ପୃକ ନାବାଳିକା ପିତାମାତାଙ୍କୁ କହିଥିଲେ ତାଙ୍କୁ ଜଣେ ଯୁବକ ଆଖି ମାରିବା ସହ ଫ୍ଲାଇଂ କିସ୍ କରୁଛନ୍ତି। ଏନେଇ ଏଲଟି ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ପଠାଇଥିଲା। ଅଭିଯୁକ୍ତ କୋର୍ଟରେ କହିଥିଲେ ନାବାଳିକାଙ୍କ ଝିଅ ସହ କଥାବାର୍ତ୍ତା ହେବାକୁ ମା’ ତାକୁ ମନା କରିଥିଲେ। କାରଣ ଉଭୟ ଭିନ୍ନ ସମ୍ପ୍ରଦାୟର ଥିଲେ। ନାବାଳିକାଙ୍କ ଜଣେ ସମ୍ପର୍କୀୟ ସହ ବାଜି ଲଗାଇଥିବାରୁ ତାଙ୍କୁ ତାଙ୍କୁ ମିଛରେ ଫସାଯାଇଛି।

ମାମଲାର ଶୁଣାଣି ବେଳେ ନାବାଳିକା, ତାଙ୍କ ମାଆ ଓ ତଦନ୍ତକାରୀ ଅଧିକାରୀ ସାକ୍ଷ୍ୟ ଦେଇଥିଲେ। କୋର୍ଟ ସମସ୍ତଙ୍କ ବୟାନ ଶୁଣି ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଖି ମାରିବା ଓ ଫ୍ଲାଇଂ କିସକୁ କୋର୍ଟ ଯୌନ ଉତ୍ପୀଡନ କହିବା ସହିତ ଏକବର୍ଷ ଜେଲଦଣ୍ଡ ଶୁଣାଇଥିଲେ। ଅଭିଯୁକ୍ତ ଆଖି ମାରିବା ଓ ଫ୍ଲାଇଂ କିସ୍ ଦେବା କୌଣସି ଭୁଲ୍ ଦିଗ ଆଡକୁ ଇଶାରା କରୁଛି ବୋଲି କୋର୍ଟ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button