ଆଖୁଚାଷୀଙ୍କ ପାଇଁ ୩୫ଶହ କୋଟିର ସବସିଡି ଘୋଷଣା

ନୂଆଦିଲ୍ଲୀ : ୨୦୨୦-୨୦୨୧ରେ ୬୦ ଲକ୍ଷ ଟନ୍‌ ଚିନି ଭାରତରୁ ବିଦେଶକୁ ରପ୍ତାନୀ କରାଯିବ। ଏ ବାବଦରେ ଆଖୁ ଚାଷୀ ଓ ଚିନିକଳ ମିଲ୍ସଗୁଡ଼ିକ ପାଇଁ କେନ୍ଦ୍ର ସରକାର ୩୫ଶହ କୋଟି ଟଙ୍କାର ସବସିଡି ଘୋଷଣା କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏହାକୁ ଅନୁମୋଦନ କରିଛି। ଏହି ସବସିଡି ବାବଦ ଅର୍ଥ ସିଧାସଳଖ ଚାଷୀ ଓ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ। ନୂଆ ଯୋଜନା ଦ୍ୱାରା ୫ କୋଟି ଚାଷୀ ଉପକୃତ ହେବେ।

କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଚିନି ଶିଳ୍ପ ଓ ଆଖୁଚାଷୀମାନେ ସମସ୍ୟାରେ ରହିଛନ୍ତି। ଦେଶରେ ଏଥର ଅଧିକ ପରିମାଣରେ ଆଖୁଚାଷ ହୋଇଛି। ବାର୍ଷିକ ୨୬୦ ଲକ୍ଷ ଟନ୍ ଚିନି ଦରକାର ଥିବାବେଳେ ଏଥର ୩୧୦ ଲକ୍ଷ ଟନ୍ ଚିନି ଉତ୍ପାଦିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ୬୦ ଲକ୍ଷ ଟନ୍‌ ଚିନି ରପ୍ତାନୀ ଉପରେ ସବସିଡି ଘୋଷଣା କରିଛନ୍ତି।

ମତାମତ ଦିଅନ୍ତୁ ।