ଆକ୍ସିସ୍ ବ୍ୟାଙ୍କର ନିୟମ ମେ’ ୧ରୁ ବଦଳିବ : ଆକାଉଣ୍ଟଧାରୀଙ୍କୁ ଦେବାକୁ ପଡିବ ଅତିରିକ୍ତ ଚାର୍ଜ

0

ନୂଆଦିଲ୍ଲୀ : ଆକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ମେ ୧ ତାରିଖରୁ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିପାରେ। ଆକ୍ସିସ୍ ବ୍ୟାଙ୍କର ଅନେକ ସେବାକୁ ମେ ୧ରୁ ମହଙ୍ଗା କରିବାକୁ ଘୋଷଣା କରିଛି।

ଆକ୍ସିସ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏଟିଏମରୁ ମାସକୁ ଚାରିଥର ପର୍ଯ୍ୟନ୍ତ ଟଙ୍କା ଉଠାଇଲେ କୌଣସି ଦେୟ ଦେବାକୁ ପଡିବ ନାହିଁ। ସେହିପରି ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ଏଟିଏମ ମାଧ୍ୟମରେ ଉଠାଇପାରିବ ନାହିଁ। ବର୍ତ୍ତମାନ ୪ଟି କାରବାର ପରେ ବ୍ୟାଙ୍କ ୧୦୦୦ ଟଙ୍କାର ପ୍ରତ୍ୟେକ ଉଠାଣ ପାଇଁ ୫ ଟଙ୍କା ଚାର୍ଜ ନେଉଛି। ମେ’ ପହିଲାରୁ ୫ ଟଙ୍କା ବଦଳରେ ଗ୍ରହକଙ୍କୁ ୧୦ ଟଙ୍କା ଦେବାକୁ ପଡିବ।

ସେହିପରି ସହଜ ସଞ୍ଚୟ ଯୋଜନା ପାଇଁ ହାରାହାରି ବାଲାନ୍ସ ମେଟ୍ରୋ ସହର ଗୁଡିକରେ ୧୦,୦୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରାଇମ ଏବଂ ଲିବର୍ଟି ସେଭିଂ ଆକାଉଣ୍ଟ ପାଇଁ ମାସିକ ହାରାହାରି ବାଲାନ୍ସ ସୀମା ୧୫,୦୦୦ ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମେ’ ୧ ପରେ ଯଦି ଏହି ବାଲାନ୍ସ ନ ରହେ ଅର୍ଥାତ ୧୦୦ ଟଙ୍କା କମିଲେ ୧୦ ଟଙ୍କା ଲେଖାଏଁ ଚାର୍ଜ କରାଯିବ। ବ୍ୟାଙ୍କ ଏଥିପାଇଁ ସର୍ବନିମ୍ନ ଚାର୍ଜକୁ ୧୫୦ ରୁ ୫୦ ଟଙ୍କାକୁ ହ୍ରାସ କରିଛି। କିନ୍ତୁ ସର୍ବାଧିକ ଚାର୍ଜ ୬୦୦ ରୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହାଛଡା ଆକ୍ସିସ୍ ବ୍ୟାଙ୍କ ବେତନ ଆକାଉଣ୍ଟ ନିୟମ ମଧ୍ୟ ପରିବର୍ତ୍ତନ କରିଛି। ଯଦି ବେତନ ଆକାଉଣ୍ଟ ୬ ମାସରୁ ଅଧିକ ପୁରୁଣା ହୋଇଥାଏ ଓ ୬ ମାସ ମଧ୍ୟରେ କୌଣସି ଦରମା ଆସିନଥାଏ, ତେବେ ପ୍ରତି ମାସରେ ୧୦୦ ଟଙ୍କା ଚାର୍ଜ କରାଯିବ। ଆକାଉଣ୍ଟରେ ୧୭ ମାସ ପର୍ଯ୍ୟନ୍ତ କୌଣସି କାରବାର ହୋଇନଥିଲେ ୧୮ ମାସରେ, ଏକାସାଙ୍ଗରେ ୧୦୦ ଟଙ୍କାରେ ଚାର୍ଜ ଆଦାୟ ହେବ। ପାନ୍ / ଫର୍ମ ୬୦ ବିବରଣୀ, ଠିକଣା ପରିବର୍ତ୍ତନ, ଇମେଲ ଆଇଡି ପରିବର୍ତ୍ତନ ପାଇଁ ଏଣିକି ୧୦୦ ଟଙ୍କା ଦେବାକୁ ପଡିବ।

Leave A Reply

Your email address will not be published.