ଆମ୍‌ୱେ ଇଣ୍ଡିଆ ପକ୍ଷରୁ ପିଏଚ୍‌ଡିସିସିଆଇ ଓ ମମତା ଏଚ୍‌ଆଇଏମ୍‌ସି ସହଯୋଗରେ ବିଶ୍ୱ ଖାଦ୍ୟ ଦିବସ ପାଳନ

ଭୁବନେଶ୍ୱର : ନ୍ୟୁଟ୍ରିସନ ଓ ୱେଲନେସ୍ କ୍ଷେତ୍ରର ବିଶ୍ୱ ଅଭିଜ୍ଞତାକୁ ନେଇ ଦେଶର ଅଗ୍ରଣୀ ଏଫ୍‌ଏମ୍‌ସିଜି ପ୍ରତ୍ୟକ୍ଷ ବିକ୍ରି କଂପାନି ଆମ୍‌ୱେ ଇଣ୍ଡିଆ ପକ୍ଷରୁ ପିଏଚ୍‌ଡି ଚାମ୍ବର ଅଫ୍ କମର୍ସ (ପିଏଚଡିସିସିଆଇ) ଓ ମମତା ହେଲଥ ଇନଷ୍ଟିଚ୍ୟୁଟ୍ ଫର ମଦର ଆଣ୍ଡ୍ ଚାଇଲଡ (ଏଚଆଇଏମସି) ସହଯୋଗରେ ଏକ ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରି ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଛି । ଏହି ସମ୍ମିଳନୀରେ ଦେଶ ଓ ଶିଳ୍ପର ବିଶିଷ୍ଟ ବକ୍ତାମାନେ ଏକତ୍ରୀତ ହୋଇ ପୁଷ୍ଟି ସାଧନ କ୍ଷେତ୍ରରେ ନିରନ୍ତରତା ଓ ନବସୃଜନର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।

ସଂପ୍ରତି ମହାମାରୀ ସମୟରେ ସ୍ୱାସ୍ଥ୍ୟ ଓ ପୁଷ୍ଟିଯୁକ୍ତ ଆହାର ସଠିକ୍ ଭାବେ ଲୋକମାନଙ୍କ ପାଖରେ ପହଂଚୁନାହିଁ । ସଦ୍ୟତମ ଗ୍ଲୋବାଲ ନ୍ୟୁଟ୍ରିସନ ରିପୋର୍ଟ ୨୦୨୦ ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ଦ୍ୱାରା ସମସ୍ତ ଦେଶରେ ବର୍ଦ୍ଧିତ ଅପପୁଷ୍ଟି ସମସ୍ୟାର ମୁକାବିଲା ଜରୁରୀ ହୋଇପଡ଼ିଛି । ଦେଶରେ ଅପପୁଷ୍ଟି ଦୃଶ୍ୟପଟ୍ଟ ବେଶ ଚିନ୍ତାଜନକ ରହିଛି । ବିଗତ ବର୍ଷଗୁଡ଼ିକରେ କମ୍ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏସୀୟ ଦେଶଗୁଡ଼ିକ ତୁଳନାରେ ଏହା ଏବେବି ଉଚ୍ଚ ସ୍ତରରେ ରହିଛି । ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ସୁଧାଂଶୁ ପାଣ୍ଡେ, ଆଇଏଏସ, ସଚିବ, ଖାଦ୍ୟ ଓ ସାଧାରଣ ଯୋଗାଣ ବିଭାଗ, ପଦ୍ମଶ୍ରୀ ଡକ୍ଟର ଦୀପା ମଲ୍ଲିକ, ଆନ୍ତର୍ଜାତିକ ପାରା-ଆଥଲେଟି, ଶ୍ରୀମତୀ ନିଷ୍ଠା ସତ୍ୟମ, ଡେପୁଟି କଂଟ୍ରି ରିପ୍ରେଜେଟେଂଟିିଭ୍‌, ଭାରତ, ୟୁଏନ୍ ଓମେନ୍ । ଆମ୍‌ୱେ କର୍ପୋରେସନର ଗ୍ଲୋବାଲ୍ ସିଏସ୍‌ଆର୍ ମ୍ୟାନେଜର ଡେଭିଡ୍ ମାଡିଓଲ୍‌, ଆମ୍‌ୱେ ଇଣ୍ଡିଆର କର୍ପୋରେଟ୍ କମ୍ୟୁନିକେସନ, ମାର୍କେଟିଂ କମ୍ୟୁନିକେସନ ଓ ସିଏସ୍‌ଆର୍‌ର ଉପସଭାପତି ଶ୍ରୀମତୀ ସିମରତ ବିଷ୍ନୋଇ ସହିତ ମମତା ଏଚ୍‌ଆଇଏମ୍‌ସିର କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁନୀଲ ମେହରା ଓ ପିଏଫ୍‌ଡିସିସିଆଇର ସଭାପତି ଓ ପାରାମାଉଂଟ କେବୁଲସ୍‌ର ଅଧ୍ୟକ୍ଷ ସଂଜୟ ଅଗ୍ରୱାଲ୍ ମଧ୍ୟ ଉଦବୋଧନ ଦେଇଥିଲେ ।

ଅଭିଯାନ ସମ୍ପର୍କରେ ଅଂଶୁ ବୁଦ୍ଧରାଜା, ସିଇଓ, ଆମ୍‌ୱେ ଇଣ୍ଡିଆ କହିଛନ୍ତି ବିଶ୍ୱ ଖାଦ୍ୟ ଦିବସ ୨୦୨୦ ବିରଳ ସ୍ଥିତିରେ ଆୟୋଜନ କରାଯାଇଛି । ଏହି ମହାମାରୀ ବ୍ୟାପିବା ପରେ ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ଗ୍ରୋ, ନରିସ୍ ଆଣ୍ଡ୍ ସଷ୍ଟେନ’. ଟୁଗେଦର’ ପୂର୍ବାପେକ୍ଷା ଅଧିକ ଉପଯୋଗୀ ହୋଇଛି । ଏହି ସମସ୍ୟା ସମୟରେ ଗୋଷ୍ଠୀକୁ ସାହାଯ୍ୟ କରିବା ଲାଗି ଆଗେଇ ଆସିବା ପାଇଁ ଆମ୍‌ୱେ ସର୍ବଦା ପ୍ରତିବଦ୍ଧ । ଭାରତରେ ଆମେ ୨୦୧୮ରେ “ପାୱାର ଅଫ୍ ଫାଇଭ୍‌’ ଆରମ୍ଭ କରିଥିଲୁ । ଏହା ହେଉଛି ଏକ ଗୋଷ୍ଠୀ ଭିତ୍ତିକ ବିଶ୍ୱସ୍ତରୀୟ ଅଭିଯାନ ଯାହା ଶିଶୁ ଅପପୁଷ୍ଟିକୁ ଦୂର କରିବ।

ଡେଭିଡ୍ ମାଡିଓଲ୍‌, ଗ୍ଲୋବାଲ୍ ସିଏସ୍‌ଆର୍ ମ୍ୟାନେଜର, ଆମ୍‌ୱେ କର୍ପୋରେସନ କହିଛନ୍ତି “ବିଶ୍ୱର ଅନେକ ଗବେଷଣାରୁ ଜଣାପଡ଼ିଛି ଶିଶୁର ବିକାଶ ପାଇଁ ପ୍ରଥମ ପାଂଚ ବର୍ଷ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ସେହି ସମୟରେ ପୁଷ୍ଟିଯୁକ୍ତ ଆହାର ନମିଳିବ ତେବେ ସେଥିପାଇଁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ତାହାର ପ୍ରଭାବ ପ୍ରାପ୍ତବୟସ୍କ ହେବା ପର୍ଯ୍ୟନ୍ତ ରହିବ । ଆମର ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ପାଂଚ ବର୍ଷ ହେବା ପର୍ଯ୍ୟନ୍ତ ଆବଶ୍ୟକ ପୁଷ୍ଟି ପ୍ରଦାନ କରିବା।

ମତାମତ ଦିଅନ୍ତୁ ।