ଆମ୍ବ କିଲୋ ୨.୭୦ ଲକ୍ଷ ଟଙ୍କା

ଆମ୍ବ କିଲେ ୨.୭୦ ଲକ୍ଷ ଟଙ୍କା। ମଧ୍ୟପ୍ରଦେଶର ଜବଲପୁରରେ ଫଳୁଛି ସବୁଠୁ ଏହି ମହଙ୍ଗା ଆମ୍ବ। ଏହାର ନାମ ତଇୟୋ ନୋ ତମାଗୋ। ଯାହାର କିଲୋ ପିଛା ଦର ୨.୭୦ ଲକ୍ଷ ଟଙ୍କା।

ଜାପାନ ପ୍ରଜାତିର ଏହି ଆମ୍ବକୁ ସୂର୍ଯ୍ୟଙ୍କ ଅଣ୍ଡା ବୋଲି କୁହାଯାଇଥାଏ। ପାଚିଗଲେ ପୂରା ଲାଲ। ଖାଇବାକୁ ବହୁତ ମିଠା। ଗୋଟାକର ଓଜନ ପାଖାପାଖି ୯୦୦ ଗ୍ରାମ। ଜାପାନରେ ହେଉଥିବା ଏହି ଆମ୍ବକୁ ଜବଲପୁରର ଚାଷୀ ସଂକଳ୍ପ ସିଂହ ପରିହାରୀ ଜମିରେ ଲଗାଇଛନ୍ତି। ସଂକଳ୍ପ ୩ ବର୍ଷ ପୂର୍ବେ ଏହାକୁ ବଗିଚାରେ ଲଗାଇଥିଲେ। ଗତବର୍ଷ ଆନ୍ତର୍ଜାତିକ ବଜାରରେ ଏହି ଆମ୍ବର କିଲୋ ପିଛା ଦର ୨.୭୦ ଲକ୍ଷ ଟଙ୍କା ଥିଲା ବୋଲି ସେ ଦାବି କରିଛନ୍ତି।

ସ୍ଥାନୀୟ ଲୋକ ଏ ବିଷୟ ଜାଣିବା ପରେ ତାଙ୍କ ବଗିଚାରୁ ୨ଟି ଆମ୍ବ ଚୋରି କରିନେବା ସହ ଡାଳ ଭାଙ୍ଗି ଦେଇଦେଲେ। ତେବେ ଗଛ ଦୁଇଟି ସୁରକ୍ଷିତ ରହିଛି। ଏଥର ସଂକଳ୍ପଙ୍କ ବଗିଚାରେ ୨ଟି ତଇୟୋ ନୋ ତମାଗୋ ଆମ୍ବ ଗଛ ଥିବା ବେଳେ ସେଥିରେ ୭ଟି ଆମ୍ବ ଫଳିଛି। ଏହି ୭ଟି ଆମ୍ବର ସୁରକ୍ଷା ପାଇଁ ସଂକଳ୍ପ ବଗିଚାରେ ୪ ଜଣ ଗାର୍ଡଙ୍କ ସହିତ ୬ଟି କୁକୁରକୁ ମୁତୟନ କରିଛନ୍ତି। କେବେଳ ସେତିକି ନୁହେଁ ସଂକଳ୍ପଙ୍କ ବଗିଚାରେ ୧୪ ପ୍ରକାର ହାଇବ୍ରିଡ଼ ଆମ୍ବ ଫଳୁଛି। ସେଥିମଧ୍ୟରେ ରହିଛି ଦେଶର ଅନ୍ୟତମ ମହଙ୍ଗା ଆମ୍ବ ମଲ୍ଲିକା। ଏସବୁ ଗଛକୁ ବଢାଇବା ପାଇଁ ସେ କେମିକାଲର ପ୍ରୟୋଗ କରୁ ନ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.