ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀକୁ ଦାବି ଦିବସ ରୂପେ ପାଳିଲା ବିକେଏମ୍‌ୟୁ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀକୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ବା ବିକେଏମ୍‌ୟୁ ଦେଶବ୍ୟାପୀ ଦାବି ଦିବସ ରୂପେ ପାଳନ କରିଛି।

ବୁଧବାର ଏହି ଉପଲକ୍ଷେ ଅଶୋକନଗରସ୍ଥ ଭଗବତୀ ଭବନଠାରୁ ବିକେଏମୟୁ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀମାନେ ଡଃ ଆମ୍ବେଦକରଙ୍କ ଫଟୋ ସମ୍ବଳିତ ସେମାନଙ୍କର ଦାବିମାନ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ ହାତରେ ଧରିଥିଲେ। ଶୋଭଯାତ୍ରାକାରୀମାନେ ଏଜିଛକଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲାପରେ ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ଉଦ୍‌ବୋଧନ ଦେଇ ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନକୁ କ୍ଷୁଣ୍ଣ କରିଚାଲିଥିବାରୁ ଏହାକୁ ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ।

କୈଳାସ ପୁହାଣ, କ୍ଷେତ ମୂଲିଆ ନେତା ଲୋକନାଥ ଭୋଇ, ପାର୍ବତୀ ଲାଗୁରି, ପଞ୍ଚାନନ ସାହୁ, ଶିବ ଚରଣ ବେହେରା, ବଳରାମ ଜାଲି, ଛେତମ୍ବର ଭୋଇ, ଡାକ ହେମ୍ବ୍ରମ୍ ଓ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button