ଆମେରିକାନ ଟାୱାର ଫାଉଣ୍ଡେସନ ଓଡିଶାରେ ଗ୍ରୋସେରି କିଟ୍ ପ୍ରଦାନ କରିବାକୁ ଅକ୍ଷୟ ପାତ୍ର ଫାଉଣ୍ଡେସନ ସହିତ ସହଭାଗୀତା ସ୍ଥାପନ

ଭୁବନେଶ୍ୱର : ଆମେରିକାନ୍ ଟାୱାର ଫାଉଣ୍ଡେସନ, ଆମେରିକାନ୍ ଟାୱାର କର୍ପୋରେସନ (ଏଟିସି)ର ବିଶ୍ୱସ୍ତରୀୟ ଜନହିତକାରୀ ପଦକ୍ଷେପ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ, ଏକ ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଏଟିସି ସିଏସ୍‌ଆର ଫାଉଣ୍ଡେସନ ଇଣ୍ଡିଆ ଜରିଆରେ କୋଭିଡ୍ ୧୯ ରେ ସହାୟକ ପଦକ୍ଷେପ ସ୍ୱରୂପ ସାରା ଭାରତରେ ଗ୍ରାସେରି କିଟ ବଂଟନ କରୁଛି। ଏହି ପ୍ରୋଗ୍ରାମ ଜରିଆରେ ୩୧ଟି ସ୍ଥାନରେ କୋଭିଡ୍ ୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ପରିବାରମାନଙ୍କୁ ୧୯ ଲକ୍ଷ ଭୋଜନ ପ୍ରଦାନ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଏଥିରେ ସାମିଲ୍ ରହିଛନ୍ତି ଠିକା ଶ୍ରମିକ, ପ୍ରବସୀ ଶ୍ରମିକ ଯେଉଁମାନେ ଲକ୍‌ଡାଉନ ହେତୁ ନିଜର ଜୀବିକା ହରାଇଥିଲେ। ଓଡ଼ିଶାରେ ଏହି ବଂଟନ କାର୍ଯ୍ୟ ୧୪ ଦିନ ପାଇଁ କରାଯାଇଥିଲା ଓ ପ୍ରାୟ ୮୪,୦୦୦ ଭୋଜନ ପ୍ରଦାନ କରାଯାଇଛି।

ଅମିତ୍ ଶର୍ମା, ଇଭିପି ଓ ପ୍ରେସିଡେଂଟ ଏସିଆ ଏଟିସି କହିଛନ୍ତି କୋଭିଡ-୧୯ ମହାମାରୀ ହେତୁ ବିଶ୍ୱରେ ଦେଖା ଦେଇଥିବା ଆଶଙ୍କା କାରଣରୁ ଲୋକମାନଙ୍କୁ ଅନେକ ଆହ୍ୱାନମୂଳକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଛି । ପରିସ୍ଥିତି ଏପରି ହୋଇଛି ସେମାନେ ନିଜର ପରିବାର ପାଇଁ ଦୁଇ ବେଳା ଭୋଜନ ପାଇପାରୁ ନାହାନ୍ତି । ଏପରି ଜଟିଳ ପରିସ୍ଥିତିରେ ଆମେରିକାନ୍ ଟାୱାର କର୍ପୋରେସନ (ଏଟିସି) ଏପରି ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି ସହାୟତାକୁ ଏହାର ଏନଜିଓ ପାର୍ଟନର ଅକ୍ଷୟ ପାତ୍ର ଫାଉଣ୍ଡେସନ ଜରିଆରେ ପ୍ରଦାନ କରାଯାଉଛି। ଅସହାୟ ଲୋକାମନଙ୍କୁ ଗ୍ରୋସେରୀ ଓ ରେସନ କିଟ୍ ବଂଟନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ଓଡ଼ିଶା ସରକାର ଓ ଜିଲ୍ଲା କର୍ତୃପକ୍ଷଙ୍କ ନିକଟରେ ନିଜର କୃତଜ୍ଞତା ପ୍ରକାଶ କରୁଛୁ।
ପ୍ରତି ଖାଦ୍ୟ କିଟରେ ଚାଉଳ, ଅଟା, ଚିନି, ଡାଲି, ଖାଇବା ତେଲ ଓ ଲୁଣ ରହିଛି।

ଶ୍ରୀଧର ଭେଙ୍କଟ, ସିଇଓ, ଅକ୍ଷୟ ପାତ୍ର ଫାଉଣ୍ଡେସନ କହିଛନ୍ତି ଏପରି ଜଟିଳ ସମୟରେ ଦୁସ୍ଥ ତଥା ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆମେରିକାନ ଟାୱାର ଫାଉଣ୍ଡେସନ ଆମ ସହିତ ସହଭାଗୀତା ସ୍ଥାପନା କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। କୋଭିଡ୍‌-୧୯ର ଏପରି ଜଟିଳ ପରିସ୍ଥିତିରେ ଅର୍ଥନୈତିକ ଆହ୍ୱାନର ସମ୍ମୁଖୀନ ହେଉଥିବା ଲୋକମାନଙ୍କୁ ଆମେ ମିଳିତ ଭାବରେ ସହଯୋଗ କରିବା ଆବଶ୍ୟକ। ମାନବତା ପାଇଁ କ୍ଷୁଧା ଏକ ଅପରାଧ ଓ ସ୍କୁଲ୍ ବନ୍ଦ ଥିବା କାରଣରୁ ମଧ୍ୟାହ୍ନ ଭୋଜନ ପ୍ରଦାନରେ ଦେଖା ଦେଇଥିବା ପ୍ରତିବନ୍ଧକ ହେତୁ ସ୍କୁଲ ଯାଉଥିବା ପିଲାମାନେ ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲେ। ଏହି ମହାମାରୀ ସମୟରେ ଆମେ ୮୦ ନିୟୁତ ପରିବାରକୁ ଭୋଜନ ପ୍ରଦାନ କରିଛୁ ଯାହା ଆମେରିକାନ୍ ଟାୱାର ଫାଉଣ୍ଡେସନ ଭଳି ସହଯୋଗୀଙ୍କ ପାଇଁ ସମ୍ଭବ ହୋଇପାରିଛି। ଆମେ ତାଙ୍କର ବିଶାଳ ହୃଦୟ ଓ ସହାନୁଭୂତି ପାଇଁ କୃତଜ୍ଞତା ଜ୍ଞାପନ କରୁଛୁ।

ଅକ୍ଷୟ ପାତ୍ର ଫାଉଣ୍ଡେସନ ହେଉଛି ଏକ ଅଣଲାଭଦାୟକ ଅନୁଷ୍ଠାନ। ଯାହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ବାଙ୍ଗାଲୋର ଠାରେ ରହିଛି। ଦେଶରେ ଦେଖାଦେଉଥିବା କ୍ଷୁଧା ଓ କୁପୋଷଣକୁ ଦୂର କରିବା ଦିଗରେ ଏହା କାର୍ଯ୍ୟ କରୁଛି। ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ପରିଚାଳନା କରୁଛି। ୨୦୦୦ ଠାରୁ ଅକ୍ଷୟ ପାତ୍ର ପ୍ରତି ସ୍କୁଲ ଦିବସରେ ପିଲାମାନଙ୍କୁ ପୋଷକଯୁକ୍ତ ଖାଦ୍ୟ ପ୍ରଦାନ କରିଆସୁଛି। ଫାଉଣ୍ଡେସନ ନିରନ୍ତର ଭାବରେ ବୈଷୟିକତାର ସହଯୋଗରେ ଲକ୍ଷ ଲକ୍ଷ ପିଲାମାନଙ୍କୁ ଖାଦ୍ୟ ଯୋଗାଉଛି। ଏହାର ଅତ୍ୟାଧୁନିକ କିଚେନ୍ ସାରା ବିଶ୍ୱର ଅନେକ ପରିଦର୍ଶକଙ୍କୁ ଆକୃଷ୍ଟ କରିପାରିଛି।

ମତାମତ ଦିଅନ୍ତୁ ।