ଆମେରିକା ଟିକାକରଣରେ ବ୍ୟବହାର ହେବନି ଚୀନ ସିରିଞ୍ଜ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଆମେରିକାରେ ଟିକାକରଣ ଜୋରସୋରରେ ଚାଲିଛି। ଏହି ପ୍ରକ୍ରିୟାରେ ଚୀନ ସିରିଞ୍ଜ ବ୍ୟବହାର ନକରିବାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେସନ୍ ବା ଏଫଡିଆଇ ନିଷ୍ପତ୍ତି ନେଇଛି। ଏପରିକି ଚୀନର କୌଣସି ସାମଗ୍ରୀକୁ ମେଡିକାଲ କ୍ଷେତ୍ରରେ ବ୍ୟବହାର ନକରିବାକୁ ଏଫଡିଆଇ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ କହିଛି।

ଟିକାକରଣ ବେଳେ ଚୀନ୍ ସିରିଞ୍ଜ ବ୍ୟବହାର ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଥିବା ବାରମ୍ବାର ଅଭିଯୋଗ ଆସୁଥିଲା। ଟିକା ନେବା ପରେ ଲୋକଙ୍କ ହାତ ଫୁଲିଯିବା ଓ ଦୀର୍ଘଦିନ ହାତ ଦରଜ ରହୁଥିଲା। ଅଭିଯୋଗ ସିରିଞ୍ଜ ଛୁଞ୍ଜି ଭାଙ୍ଗି ବ୍ୟକ୍ତିଙ୍କ ହାତରେ ରହିଯାଉଛି। ସେଥିପାଇଁ ଆମେରିକା ଚୀନ୍ ସିରିଞ୍ଜ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *

Back to top button