ଆମେରିକାରେ ରେଷ୍ଟୁରାଣ୍ଟ ଖୋଲିଲେ ପ୍ରିୟଙ୍କା ଚୋପ୍ରା

0

ନ୍ୟୁୟର୍କ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ନିଜର ନୂଆ ବ୍ୟବସାୟ ଆରମ୍ଭ କରିଛନ୍ତି। ସେ ଭାରତୀୟଙ୍କ ପାଇଁ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି। ସୋସିଆଲ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି।

ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି ମୁଁ ଆପଣଙ୍କ ସାମନାରେ ‘ସୋନା’ ଦେଖାଇବାକୁ ବହୁତ ଖୁସି। ନ୍ୟୁୟର୍କରେ ନୂଆ ରେଷ୍ଟୁରାଣ୍ଟ ରହିଛି। ଯେଉଁଠି ମୁଁ ଭାରତୀୟ ଖାଦ୍ୟ ପ୍ରତି ଭଲପାଇବା ଦେଇଛି। ଭାରତୀୟ ଖାଦ୍ୟର ସ୍ଵାଦ ଅଲଗା। ଏଠାର ମୁଖ୍ୟ ସେଫ୍ ହେଉଛନ୍ତି ହରି ନାୟକ। ଯିଏକି ଖୁବ୍ ପ୍ରତିଭାଶାଳୀ। ସବୁଠାରୁ ଅଧିକ ସୁଆଦିଆ ଓ ଇନୋଭେଟିଭ ମେନ୍ୟୁ ସେ ତିଆରି କରିଛନ୍ତି। ଏହି ରେଷ୍ଟୁରାଣ୍ଟ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଖୋଲିଯିବ। ମୁଁ ଆପଣଙ୍କୁ ଦେଖିବାକୁ ଆଉ ଅପେକ୍ଷା କରିପାରିବିନି। ମୋର ସାଙ୍ଗ ମନିଷ ଗୋୟଏ ଓ ଡେଭିଡ୍ ରୋବିନଙ୍କ ନେତୃତ୍ଵ ବିନା ଏହା ସମ୍ଭବ ନୁହେଁ। ଆମର ଡିଜାଇନର ମୋଲିସା ବୋଭର୍ସ ଓ ବାକି ଟିମ୍‌ଙ୍କୁ ଧନ୍ୟବାଦ।

ପ୍ରିୟଙ୍କା ରେଷ୍ଟୁରାଣ୍ଟ ‘ସୋନା’ର ଫଟୋ ସହ ଆଉ ଦୁଇଟି ଫଟୋ ସେୟାର କରିଛନ୍ତି। ଦ୍ଵିତୀୟ ଓ ତୃତୀୟ ଫଟୋରେ ସେ ପୂଜା କରୁଥିବାର ଦେଖିଯାଇଛି। ତେବେ ଏହି ଫଟୋ ଏବେ ନୁହେଁ ତାହା ସେପ୍ଟେମ୍ବର ୨୦୧୯ର। ଯେତେବେଳେ ଏହି ସ୍ଥାନରେ ରେଷ୍ଟୁରାଣ୍ଟ ପାଇଁ ଏକ ଛୋଟ ପୂଜା କରାଯାଇଥିଲା।

Leave A Reply

Your email address will not be published.