ଆମିଷ ବାରରେ ମିଳୁଛି ସାପଙ୍କ ଦେଖା

ଆମିଷ ବାରରେ ଆସୁଛନ୍ତି ସାପ। ଅନ୍ୟଦିନ ଦେଖିବାକୁ ମିଳୁନି। ଯେପରି ମାଛ ବ୍ୟବସାୟୀଙ୍କ ସହିତ ସାପଙ୍କର ଯୋଡି ହୋଇଯାଇଛି ସମ୍ପର୍କ। ଏଭଳି ବିରଳ ଘଟଣା କଟକ ଜିଲ୍ଲା ବାଙ୍କୀ ମାଛ ବଜାରରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ବାଙ୍କୀ କଲେଜ ରୋଡ଼ରେ ଏକ ଟେଲର ଦୋକାନ କରିଥିଲେ ଦୁର୍ଯ୍ୟୋଧନ ପ୍ରଧାନ। ଏହି ଆୟରେ ଚିଲିଥିଲା ତାଙ୍କ ସଂସାର। କରୋନା ଆସିବା ଦିନଠାରୁ ତାଙ୍କ କାମ ବନ୍ଦ ହୋଇଗଲା। ପରିବାର ପ୍ରତିପୋଷଣ ପାଇଁ ବାଙ୍କୀ ବଜାରରେ ଆରମ୍ଭ କଲେ ମାଛ ବ୍ୟବସାୟ। ମାଛ କାଟିଲା ପରେ ପୁଟା ଓ ଗାଲିସିକୁ ଅନ୍ୟତ୍ର ଫିଙ୍ଗି ଦେଉଥିଲେ। ଏହାକୁ ଖାଉଥିଲେ ଧଣ୍ଡ ସାପ। ଏ କଥା ଦୁର୍ଯ୍ୟୋଧନଙ୍କୁ ଜଣା ନଥିଲା। ତାଙ୍କଠାରୁ ମାଛ କିଣୁଥିବା ଆଧ୍ୟାପକ ବିରବର ହରିଚନ୍ଦନ ଘଟଣା ସମ୍ପର୍କରେ ଜାଣିବାକୁ ପାଇଲେ। ପ୍ରାୟ ଏକ ମାସ ଅନୁଧ୍ୟାନ କରିବା ପରେ ସେ ଜାଣିବାକୁ ପାଇଲେ ଗୋଟିଏ ନୁହେଁ ୪ ରୁ ୫ଟି ଧଣ୍ଡ ସାପ ସେଠାକୁ ଆସୁଛନ୍ତି। ଏ କଥା ପହଞ୍ଚିଲା ସ୍ନେକ୍ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ପାଖରେ। ସେ ଗତ ଶୁକ୍ରବାର ସକାଳେ ବାଙ୍କୀ ମାଛ ବଜାରରେ ପହଞ୍ଚି ଜାଣିଲେ ୫ଟିରୁ ଅଧିକ ଧଣ୍ଡ ଓ ଢାମଣା ସାପ ସେଠାରେ ରହିଛନ୍ତି। କିନ୍ତୁ ଲୋକେ ସାପକୁ ଡରୁନାହଁନ୍ତି।

  ବାଇଡେନଙ୍କ ଶପଥ ପୂର୍ବରୁ କ୍ୟାପିଟଲ ସଟଡାଉନ

ଲଳିତଙ୍କଠାରୁ ଖବର ଶୁଣି ଘଟଣା ସମ୍ପର୍କରେ ଜାଣିବା ପାଇଁ ସ୍ନେକ୍ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଗତ ରବିବାର ସକାଳେ ବାଙ୍କୀ ପହଞ୍ଚିଲେ। ଏକ ଟିମ୍ ନେଇ ସାପଙ୍କ ଗତିବିଧି ଉପରେ ନଜର ରଖିଲେ। ଆଉ ଜାଣିବାକୁ ପାଇଲେ କେବଳ ମାଛ ବିକ୍ରି ହେଉଥିବା ଦିନ ଅର୍ଥାତ୍ ବୁଧ, ଶୁକ୍ର ଓ ରବିବାର ସାପମାନେ ସେଇ ସ୍ଥାନକୁ ଆସୁଛନ୍ତି। ଅନ୍ୟ ଦିନମାନଙ୍କରେ ଦେଖା ମିଳୁନି। ମାଛ ବିକୁଥିବା ଦୁର୍ଯ୍ୟୋଧନ ଯେଉଁଦିନ ଆସୁଛନ୍ତି ସାପମାନଙ୍କର ଦେଖା ସେଇଦିନ ମିଳୁଛି। ଦୁର୍ଯ୍ୟୋଧନ ନ ଆସିଲେ ସାପମାନେ ଲୁଚି ଯାଉଛନ୍ତି। ଏହା ସୁଚାଇ ଦେଉଛି ମାଛ ବ୍ୟବସାୟ କରି ସାପମାନଙ୍କ ସହିତ ଦୁର୍ଯ୍ୟୋଧନଙ୍କର ଯୋଡି ହୋଇଥବା ସମ୍ପର୍କ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମତାମତ ଦିଅନ୍ତୁ ।