ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ଘୋଷଣା

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ହୋଇଥିବା ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ଏଥିସହ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା ଦର୍ଶାଇ ପୁଣି ଥରେ ପଞ୍ଚାୟତ ନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ଏପ୍ରିଲ ମାସରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଉପରେ ଆନ୍ଧ୍ର ହାଇକୋର୍ଟର ଜଣିକିଆ ବେଞ୍ଚ ୬ ତାରିଖରେ ରୋକ ଲଗାଇଥିଲେ। କିନ୍ତୁ ଏପ୍ରିଲ୍‌ ୭ ତାରିଖରେ ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଥିଲେ। ଯାହା ଫଳରେ ଏପ୍ରିଲ୍ ୮ ତାରିଖରେ ଭୋଟ୍ ପାଇଁ ରାସ୍ତା ସାଫା ହୋଇଯାଇଥିଲା।

ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ୮ ତାରିଖରେ ଭୋଟିଂ ଓ ୧୦ ତାରିଖରେ ଫଳାଫଳ ପ୍ରକାଶ। କିନ୍ତୁ ତରବରିଆ ଓ ଖୁବକମ ଦିନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ଟିଡିପି, ବିଜେପି ଓ ଜନସେନା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହି ଆବେଦନକୁ ବିଚାର କରି ଜଷ୍ଟିସ ଦୁର୍ଗା ପ୍ରସାଦ ରାଓ ଗତକାଲି ନିର୍ବାଚନ ଉପରେ ରୋକ ଲଗାଇଥିଲେ। ଏଥିସହ ୧୫ ତାରିଖ ସୁଦ୍ଧା ଘଟଣାର ବିସ୍ତୃତ ରିପୋର୍ଟ ଦେବାକୁ କହିଥିଲେ। ହେଲେ ନିର୍ବାଚନ ଅଧିକାରୀ ଓ ସରକାର ଏହି ରାୟ ବିରୋଧରେ ଡିଭିଜନ ବେଞ୍ଚରେ ଆବେଦନ କରିଥିଲେ। ଡିଭିଜନ ବେଞ୍ଚରେ ଥିବା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରୂପ କୁମାର ଗୋସ୍ୱାମୀ ଓ ଜଷ୍ଟିସ ସି ପ୍ରବୀଣ କୁମାର ଆଜି ଜଣିକିଆ ବେଞ୍ଚଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି। ଏବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭୋଟ ଗଣତି କିମ୍ବା ଫଳାଫଳ ପ୍ରକାଶ ପାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button